ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ

ନୂଆଦିଲ୍ଲୀ – ମେ’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ଆରମ୍ଭ ହେବ । କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ କେନ୍ଦ୍ର ତରଫରୁ ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନାର ଊର୍ଦ୍ଧ୍ୱମୁଖୀ ଗତି ମଧ୍ୟରେ ସମସ୍ତଙ୍କ ଟିକାକରଣ ପାଇଁ ଦାବି…

ରାଜ୍ୟର ସବୁ ସହରାଞ୍ଚରେ ଶନିବାର, ରବିବାର ସଟଡାଉନ୍

ଭୁବନେଶ୍ୱର: କରୋନା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଜାରି କରିଛନ୍ତି ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା |

ନବୀନଙ୍କ ଘୋଷଣା: ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଓ ରାଲି କରିବନି ବିଜେଡି

ଭୁବନେଶ୍ୱର –ଭୟାବହ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନ ପାଇଁ କୌଣସି ପ୍ରଚାର, ଜନସଭା କିମ୍ବା ରାଲି ନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । ନବୀନ କହିଛନ୍ତି ଯେ, ପ୍ରତ୍ୟେକ ଜୀବନ ମୂଲ୍ୟବାନ…

କରୋନା ପାଇଁ ପଶ୍ଚିମବଙ୍ଗ ନିର୍ବାଚନକୁ କାଣ୍ଟ୍‌ଛାଣ୍ଟ୍ କରିବାକୁ ମମତାଙ୍କ ଦାବି

କୋଲକାତା – ଦେଶରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଅବଧି କାଣ୍ଟ୍‌ଛାଣ୍ଟ୍ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି । ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟ ମଧ୍ୟରୁ ପାଞ୍ଚ ପର୍ଯ୍ୟାୟ ମତଦାନ…