ଟିଭି କ୍ୟାମେରା ଆଗରେ ବିଡେନ ନେଲେ ଫାଇଜର ଟିକା

ନ୍ୟୁୟର୍କ – ଆମେରିକାରେ ବଢୁଥିବା କରୋନା ମାମଲା ଓ ଟୀକାକରଣକୁ ନେଇ ଆଶା ଆଶଙ୍କା ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବିଡେନ ଫାଇଜର ଟିକାର ପ୍ରଥମ ଡୋଜ ନେଇଛନ୍ତି ।

ଟିକା ନେବା ପରେ ସେ ଲୋକଙ୍କୁ କହିଛନ୍ତି ଯେ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, ଏଥିପାଇଁ ବିଚଳିତ ହେବାର କୌଣସି କାରଣ ନାହିଁ । ବିଡେନଙ୍କୁ ଟିକା ଦିଆଯିବାର କିଛି ଘଣ୍ଟା ପୂର୍ବରୁ ତାଙ୍କ ପତ୍ନୀ ଜିଲଙ୍କୁ ମଧ୍ୟ ଭାକ୍ସିନେସନ କରାଯାଇଥିଲା । ନ୍ୟୁୟର୍କ ଡେଲାୱେରର ଖ୍ରୀଷ୍ଟିନା ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଉଭୟଙ୍କୁ ଟିଭି କ୍ୟାମେରା ଆଗରେ ଟିକା ଦିଆଯାଇଥିଲା।

ଜୋ ବିଡେନଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ ଦିଆଯାଇଛି। କିଛି ଦିନ ପରେ ତାଙ୍କୁ ଆଉ ଏକ ଡୋଜ ଦିଆଯିବ | ଦ୍ୱିତୀୟ ଡ଼ୋଜର ତାରିଖ ବିଡେନଙ୍କ ମେଡିକାଲ୍ ଟିମ୍ ଦ୍ୱାରା ସ୍ଥିର ହେବ । ଟିକା ନେବାକୁ ଆସିଥିବା ବିଡେନ ଡାକ୍ତରୀ ଦଳଙ୍କୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ । ଟୀକାର ପ୍ରଥମ ଡୋଜ ନେବା ପରେ ସେ ସେଠାରେ ଉପସ୍ଥିତ ବୈଜ୍ଞାନିକ ଏବଂ ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଥିଲେ ।

Comments are closed.