ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ : ନବୀନ ଦେଲେ ଗୁରୁମନ୍ତ୍ର, ସ୍ୱାଭିମାନୀ ହେବାକୁ ପରାମର୍ଶ

ଭୁବନେଶ୍ୱର- ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଜାତି ଏକ ମହାନ ଜାତି । ଉତ୍କଳମଣି ଗୋପବନ୍ଧୁ ଦାସ ଆମ ସ୍ୱାଭିମାନର ପ୍ରତୀକ । ମହାନ ବରପୁତ୍ରମାନେ ଆମର ଶ୍ରେଷ୍ଠ ପରିଚୟ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

ଛାତ୍ରମାନଙ୍କୁ ପରାମର୍ଶ ଦେଇ ନବୀନ କହିଛନ୍ତି ଯେ, ସେମାନେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃୃଷ୍ଟି କରନ୍ତୁ । ନିଜ ପରିବାର ଓ ବାପାମାଆଙ୍କୁ ଭୁଲନ୍ତୁ ନାହିଁ ବୋଲି ନବୀନ ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଛାତ୍ରମାନଙ୍କୁ ସାରଥୀ ବୋଲି ଅଭିହିତ କରିଛନ୍ତି ନବୀନ । ସରକାରଙ୍କ ସବୁ କଥା ଲୋକଙ୍କ ପାଖରେ ପହଂଚାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଛାତ୍ରମାନେ ନିଜ ଭିତରେ ଥିବା ପ୍ରତିଭାର ବିକାଶ କରନ୍ତୁ । ନିଜ ପରିବାର ଓ ବାପା ମାଆଙ୍କ ପ୍ରତି ଦାୟିତ୍ୱକୁ ନ ଭୁଲିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ । ସମାଜର ବିକାଶ ପାଇଁ ନିଜ ପ୍ରତିଭାକୁ ନିୟୋଜିତ କରନ୍ତୁୁ ବୋଲି ବୋଲି ନବୀନ କାର୍ଯ୍ୟକାରିଣୀକୁ କହିଛନ୍ତି ।

Comments are closed.