ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ : ନବୀନ କହିଲେ ଓଡିଶାର ହକ୍ ପାଇଁ ଲଢେଇ ଚାଲିଛି

ଭୁବନେଶ୍ୱର- ରାଜ୍ୟ କାର୍ଯ୍ୟାଳୟରେ ଯୁବ ବିଜେଡିରି କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି ଓ ୩୫ଟି ସାଂଗଠନିକ ଜିଲ୍ଲାର ସମସ୍ତ ସଭାପତି ଏଥିରେ ସାମିଲ ହୋଇଛନ୍ତି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରିଣୀକୁ ସମ୍ବୋଧନ କରିଛନ୍ତି । ନବୀନ କହିଛନ୍ତି ଯେ, ଆମ ପାଇଁ ଓଡିଶାବାସୀ ହିଁ ଆମର ବସ୍ । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଓଡିଶାର ହକ୍ ପାଇଁ ଆମେ ଲଢେଇ କରୁଛୁ ବୋଲି ନବୀନ କହିଛନ୍ତି । କେବଳ ଆଂଚଳିକ ଦଳ ହିଁ ଓଡିଶାବାସୀଙ୍କ ଆଶା ପୂରଣ କରିପାରିବ । ଆଂଚଳିକ ଦଳ ଓଡିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ । ଜାତୀୟ ଦଳଗୁଡିକୁ ଟାର୍ଗେଟ୍ କରିଛନ୍ତି ନବୀନ । ସେ କହିଛନ୍ତି ଯେ, ନିର୍ବାଚନ ଜିତି କ୍ଷମତା ହାସଲ କରିବା ହିଁ ଜାତୀୟ ଦଳର ଲକ୍ଷ୍ୟ ହୋଇଥାଏ ବୋଲି ନବୀନ କହିଛନ୍ତି ।

Comments are closed.