ଆଜି ବିଜେଡିର କାର୍ଯ୍ୟକାରିଣୀ , ଫୋକସରେ ସାଂଗଠନିକ କାର୍ଯ୍ୟକ୍ରମ, ଗୁୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ

ଭୁବନେଶ୍ୱର- ଆଜି ବସୁଛି ବିଜେଡିର କାର୍ଯ୍ୟକାରିଣୀ । ଫୋକସରେ ରହିବ ଦଳର ସାଂଗଠନିକ କାର୍ଯ୍ୟକ୍ରମ । ଦୁଇଦିନ ଧରି ଚାଲିବ କାର୍ଯ୍ୟକାରିଣୀ । କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ଆସନ୍ତାକାଲି ଦଳର ରାଜ୍ୟ ପରିଷଦ ବୈଠକ ବସିବ । ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ କେନ୍ଦ୍ର ବିରୋଧୀ କଡା ଆଭିମୁଖ୍ୟ ପରେ କାର୍ଯ୍ୟ କାରିଣୀରେ ଏକାଧିକ ରାଜନୈତିକ ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି । କାର୍ଯ୍ୟକାରିଣୀରେ ୮୦ ଜଣ ସଦସ୍ୟ ଯୋଗ ଦେବେ । ଏଥିରେ ଦଳର ସମ୍ବିଧାନ ବି ସଂଶୋଧନ ହୋଇପାରେ ।

Comments are closed.