କୋରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଆଜିଠାରୁ ବିଏମସିର ‘ସଂପର୍କ’ ଅଭିଯାନ

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରେ କୋରୋନା ଗ୍ରାଫ୍ ଉପରମୁହାଁ ହେଉଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ-ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ନୂଆ ରଣନୀତି ପ୍ରସ୍ତୁତ କରିଛି ବିଏମସି । ବିଭିନ୍ନ ଅଂତଳକୁ ଯାଇ ଲୋକଙ୍କ ସହ ବୈଠକ କରାଯାଇ କୋଭିଡ ନିୟନ୍ତ୍ରଣ ପାଇଁ ସେମାନଙ୍କ ମତାମତ ସଂଗ୍ରହ କରାଯିବ ।

ବିଏମସିର ‘ସଂପର୍କ’ ନାମରେ ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହେବାକୁ ଥିବା ‘ସଂପର୍କ’ ଅଭିଯାନ ବିଏମସିର ତିନିଟି ୱାର୍ଡରେ ହେବ । ଏଥିରେ ବିଏମସିର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ବି ଯୋଗ ଦେଉଛନ୍ତି ।

Comments are closed.