ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟରେ ପହଂଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ, ଦୁଇ ଦିନ ଧରି ବୁଲିବେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ

ଭୁବନେଶ୍ୱର – ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ଗୃହ ବିଭାଗରେ ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆସିଥିବା ଟିମ୍ ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିବ । ଦୁଇ ଦିନ ଧରି ବନ୍ୟାଂଚଳ ବୁଲିବା ପରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବ କେନ୍ଦ୍ରୀୟ ଦଳ ।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବ କେନ୍ଦ୍ରୀୟ ପ୍ରତିିନିଧି ଦଳ । ଦଳରେ କୃଷି, ଜଳ ସଂପଦ ଓ ସଡକ ପରିବହନ ବିଭାଗର ସଦସ୍ୟ ସାମିଲ ହେବେ । ଆସନ୍ତାକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବ କେନ୍ଦ୍ରୀୟ ଦଳ । ପୂର୍ବରୁ ରାଜ୍ୟ ସରକାର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୩ ଶହ କୋଟିର ସହାୟତା ପ୍ୟାକେଜ ଘୋଷଣା କରିସାରିଛନ୍ତି ।

Comments are closed.