ଦେଶରେ ୫୦ ଲକ୍ଷ ଟପିଲା କୋରୋନା ସଂକ୍ରମଣ , ଦିନକରେ ୯୦ ହଜାର ୧୨୩ ନୂଆ ପଜିଟିଭ ଚିହ୍ନଟ, ମୋଟ ମୃତ୍ୟୁସଂଖ୍ୟା ୮୨ ହଜାରରୁ ଅଧିକ

ନୂଆଦିଲ୍ଲୀ – ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ୫୦ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ସାରାଦେଶରେ ୯୦ ହଜାର ୧୨୩ ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛିା ଫଳରେ ଭାରତର ମୋଟ କୋରୋନା ପଜିଟିଭ ମାମଲା ୫୦ ଲକ୍ଷ ୨୦ ହଜାର ୩୬୦ରେ ପହଂଚିଛି । ଏଥିମଧ୍ୟରୁ ସକ୍ରିୟ ମାମଲା ରହିଛି ୯ ଲକ୍ଷ ୯୫ ହଜାର ୯୩୩ ।

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ହଜାର ୨୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୮୨ ହଜାର ୬୬ରେ ପହଂଚିଛି । ୩୯ ଲକ୍ଷ ୪୨ ହଜାର ୩୬୧ ଜଣ ଲୋକ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲାଣ ମନ୍ତ୍ରାଳୟ ସୂଚନା ଦେଇଛି ।

Comments are closed.