ରାଜ୍ୟର ବନ୍ୟାଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ମହାନଦୀରେ ବନ୍ୟା ଯୋଗୁଁ ଚାରିଟି ଜିଲ୍ଲା ହେବେ ଅଧିକ ପ୍ରଭାବିତ

ଭୁବନେଶ୍ୱର : ସୋମବାର ରାଜ୍ୟର ବନ୍ୟାଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ରାଜ୍ୟର ବନ୍ୟା ସ୍ଥତି ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ଓ ରିଲିଫ କାମ ଚାଲିିଛି ।

ମୁଣ୍ଡଳୀରେ ସର୍ବାଧିକ ୧୦.୦୨ ଲକ୍ଷ କ୍ୟୁସେକ ଜଳ ୍‌ପ୍ରବାହିତ ହେଉଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୨୪ ଘଂଟା ଯାଏଁ ଏହି ସ୍ଥିତି ରହିବ ବୋଲି ସେ କହିଛନ୍ତି । ମହାନଦୀରେ ବନ୍ୟା ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ ବୋଲି ସେ କହିଛନ୍ତି ।

Comments are closed.