ପୁରୀରେ ୫-ଟି କଲେ ସେଂଟର ଆରମ୍ଭ, ଏସପିଙ୍କ ଅଫିସରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ

ପୁରୀ – ଲୋକଙ୍କ ନିକଟତର ହେବା ପାଇଁ ଉଦ୍ୟମ ସ୍ୱରୂପ ପୁରୀରେ ଆରମ୍ଭ ହୋଇଛି ୫-ଟି କଲ୍ ସେଂଟର । ୨୪ ଘଂଟା ଅଭିଯୋଗକାରୀଙ୍କ ସହ ଯୋଗାଯୋଗ ହୋଇପାରିବ । କଲସେଂଟର ନମ୍ବର ହେଲା -୭୬୫୩୮୯୧୯୩୦ । ଏହି ନମ୍ବରରେ ଅଭିଯୋଗକାରୀମାନେ କଲ୍ କରିପାରିବେ ଓ ହ୍ୱାଟସଆପ୍ ବି କରିପାରିବେ ।

ଏହି ବ୍ୟବସ୍ଥା ଫଳରେ ଏସପିଙ୍କ ପକ୍ଷରୁ ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରାଯିବ । ଏସପିଙ୍କ ଅଫିସରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଅଫିସରେ ଜଣେ ମହିଳା ଅଧିକାରୀ ଅଭିଯେଗ ଗ୍ରହଣ କରିବେ । ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ଅଭିଯୋଗ ଗ୍ରହଣ କରାହେବ । ଛୁଟି ଦିନମାନଙ୍କରେ ବି ଏହି ପ୍ରକୋଷ୍ଠ ଖୋଲା ରହିବ । ସମସ୍ତ ଅଭିଯୋଗକୁ ଏସପି ଓ ଅତରିକ୍ତ ଏସପି ଅନୁଧ୍ୟାନ କରିବେ ।

Comments are closed.