ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଭୋରରେ ଏକାମ୍ରକ୍ଷେତ୍ର ପ୍ରକଳ୍ପ ଅଂଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସେ ଏ ବାବଦରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଦୋକାନୀଙ୍କ ଥଇଥାନ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ । ଭଙ୍ଗାଯାଇଥିବା ରାସ୍ତାଘାଟ ମଧ୍ୟ ସଫା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିକଳ୍ପ ରାସ୍ତାଘାଟର ଉନ୍ନୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି ପାଣ୍ଡିଆନ । ପୂର୍ତ ବିଭାଗ ସଚିବ କିଷନ କୁମାର, ବିଏମସି କମଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ ୨ ତାରିଖରେ ଏକାମ୍ର କ୍ଷେତ୍ର ଯାଇ ଲିଙ୍ଗରାଜ ମନ୍ଦିରର ସୌନ୍ଦଯ୍ୟକରଣର ସମୀକ୍ଷା କରିଥିଲେ ।

Comments are closed.