ଦେଶରେ ଗୋଟିଏ ଦିନରେ ରେକର୍ଡ କୋରୋନା ପଜିଟିଭ ଚିହ୍ନଟ, ୭୫ ହଜାର ୭୭୦ ନୂଆ ରୋଗୀ, ୧ ହଜାର ୨୩ ମୃତ

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ସର୍ବାଧିକ ୭୫ ହଜାର ୭୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଦେଶରେ ଏହି ସଂଖ୍ୟା ହେଉଛି ସର୍ବାଧିକ, ଯାହା କି ଶୀର୍ଷ ସଂକ୍ରମଣକୁ ଦର୍ଶାଉଛି ।

ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪କୁ ବୃଦ୍ଧି ହୋଇଛି । ୨୪ ଘଂଟାରେ ୧ ହଜାର ୨୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୬୦ ହଜାର ୪୭୨ରେ ପଂହଚିଛି । ସକ୍ରିୟ ମାମଲା ହେଉଛି ୭ ଲକ୍ଷ ୨୫ ହଜାର ୯୯୧ । ଏ ଯାଏଁ ୨୫ ଲକ୍ଷ ୨୩ ହଜାର ୭୭୧ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୭୫ ପ୍ରତିଶତରୁ ଅଧିକ ରହିଛି । ତେବେ ଦିନିକିଆ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକାଶ ପାଇଛି ।

Comments are closed.