କରୋନା ଅପଡେଟ୍‌: ଭାରତରେ ଗତ ୨୪ ଘଣ୍ଟାରେ ୨୪,୦୧୦ ନୂଆ ଆକ୍ରାନ୍ତ, ୩୫୫ ମୃତ

ନୂଆଦିଲ୍ଲୀ – ଭାରତର ଗତ ପାଞ୍ଚ ଦିନ ଧରି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଆଉ ୨୪,୦୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ତୁଳନାରେ ୯% କମ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ କରୋନା ସଂକମ୍ରିତ ସଂଖ୍ୟା ୯୯ ଲକ୍ଷ ୫୬ ହଜାରକୁ ବୃଦ୍ଧି ପାଇଛି । ଦିନକରେ ଏହି ରୋଗରେ ଆଉ ୩୫୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୩୩,୨୯୧ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କରୋନାରେ ଏଯାବତ ୧ଲକ୍ଷ ୪୪ ହଜାର ୪୫୧ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମହାମାରୀରୁ ବର୍ତ୍ତମାନ ସୁଦ୍ଧା ୯୪ ଲକ୍ଷ ୮୯ ହଜାର ଲୋକ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ସକ୍ରିୟ ମାମଲା କେବଳ ୩ ଲକ୍ଷ ୨୨ ହଜାର ରହିଛି । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର) ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୧.୫୮ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ଦେଶରେ ଏଯାବତ ମୋଟ ୧୫ କୋଟି ୭୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଭାରତରେ ରିକଭରୀ ରେଟ୍ ୯୫% ରହିଥିବା ବେଳେ ମୃତ୍ୟୁ ହାର ୧.୪% ରହିଛି । ସକ୍ରିୟ ମାମଲା ହାର ଏବେ ୪%ରୁ କମ୍ ରହିଛି ।

Comments are closed.