କରୋନା ଅପଡେଟ୍‌: ଦେଶରେ ଆଉ ୧୮,୨୨୨ ରୋଗୀ ଚିହ୍ନଟ, ୨୨୮ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ୧୮,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଘାତକ ରୋଗରେ ଆଉ ୨୨୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ମାମଲା ୧ କୋଟି ୪ ଲକ୍ଷ ୩୧ ହଜାର ୬୩୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ଲକ୍ଷ ୫୦ ହଜାର ୭୯୮ ଲୋକ ପ୍ରାଣ ହରାଇଥିବା ୋବଳେ ୧ କୋଟି ୫୬ ହଜାର ୬୫୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ କେବଳ ୨ ଲକ୍ଷ ୨୪ ହଜାର ୧୯୦ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି । ଦେଶରେ କରୋନା ବିରୋଧରେ ଖୁବ ଶୀଘ୍ର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଟିକାକରଣ ପ୍ରସ୍ତୁତି ନେଇ ସୋମବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଭାରତର ଔଷଧ ନିୟନ୍ତ୍ରକ ଦୁଇଟି ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Comments are closed.