ଦେଶରେ ଦିନକରେ ୯୪ ହଜାର ୩୭୨ ନୂଆ କୋରୋନା ପଜିିଟିଭ, ୧ ହଜାର ୧୧୪ ମୃତ, ସକ୍ରିୟ ମାମଲା ସଂଖ୍ୟା ୯ ଲକ୍ଷ ୭୩ ହଜାର ୧୭୫

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୯୪ ହଜାର ୩୭୨ ନୂଆ କୋରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୭ ଲକ୍ଷ ୫୪ ହଜାର ୩୫୬କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ କୋରୋନାରେ ଗତ ୨୪ ଘଂଟାରେ  ୧ ହଜାର ୧୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୭୮ ହଜାର ୫୮୬ରେ ପହଂଚିଛି ।

ଏ ଯାଏଁ ୩୭ ଲକ୍ଷ ୨ ହଜାର ୫୯୫ ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବାରୁ ସକ୍ରିୟ ପଜିଟିଭ ସଂଖ୍ୟା ବର୍ତମାନ ୯ ଲକ୍ଷ ୭୩ ହଜାର ୧୭୫ ରହିଛି । ଦେଶରେ ଏବେ ସୁସ୍ଥ ହାର ୭୭ ଦଶମିକ ୮୮ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ମାତ୍ର ୧ ଦଶମିକ ୬ ପ୍ରତିଶତ ଥିବା ସୂଚନା ମିଳିଛି ।

Comments are closed.