କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏମସରେ ଭର୍ତି, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁଣି ହସପିଟାଲରେ

ନୂଆଦିଲ୍ଲୀ – କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୁଣି ହସପିଟାଲରେ ଭର୍ତି ହୋଇଛନ୍ତି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ଶାହଙ୍କୁ ଏମସରେ ଭର୍ତି କରାଯାଇଛି । ଶନିବାର ରାତି ୧୧ଟା ବେଳେ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା । ଗତମାସ ୨ ତାରିଖରେ ଶାହଙ୍କ ଯାଂଚ୍ ରିପୋର୍ଟ କୋରୋନା ପଜିଟିଭ ଆସିଲା ପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଶାହଙ୍କୁ ଗତମାସ ୧୪ ତାରିଖରେ ଡିସଚାର୍ଜ କରାଯାଇଥିଲା । ଅଗଷ୍ଟ ୧୮ରେ ସେ ପୁଣି ଏମସରେ ଭର୍ତି ହୋଇଥିଲେ ଓ ସୁସ୍ଥ ହୋଇ ଅଗଷ୍ଟ ୩୧ରେ ଡିସଚାର୍ଜ ହୋଇଥିଲେ ।

ଡାକ୍ତରମାନଙ୍କ ସୂଚନା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ସେଥିପାଇଁ ତାଙ୍କୁ ରୁଟିନ ଯାଂଚ ପାିଂ ପରାମର୍ଶ ଦିଆଯାଇଥିଲା ।

Comments are closed.