ରାଜ୍ୟରେ ଗତ ୨୪ ଘଂଟାରେ ୧୭୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧୭୮ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୦୩ ଓ ସ୍ଥାନୀୟ ଅଂଚଳରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୨୭କୁ ବୃଦ୍ଧି ପାଇଛି । ୩ ଲକ୍ଷ ୨୯ ହଜାର ୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୮୭ ଏବେ ବି ଚିକିତ୍ସାଧୀନ ଅଛନ୍ତି । 

ଗତ ୨୪ ଘଂଟାରେ ସୁନ୍ଦରଗଡ ଜିଲ୍ଲାରୁ ୩୦, ସମ୍ବଲପୁରରୁ ୨୪, ଝାରସୁଗୁଡାରୁ ୨୩, ପୁରୀରୁ ୧୯, ନୂଆପଡାରୁ ୧୬, ବରଗଡରୁ ୧୦,ବାଲେଶ୍ୱରରୁ ୭, ଯାଦପୁରରୁ ୭, ବଲାଙ୍ଗିରରୁ ୫, ଖୋର୍ଦ୍ଧାରୁ ୫, କଟକରୁ ୪ ଓ ଗଞ୍ଜାମରୁ ୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.