ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସହ ଆଲୋଚନା, ମତାମତ ନେଲେ

ଭୁବନେଶ୍ୱର- ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ ଅଭିଯାନ । ରାଜ୍ୟରେ ୧୬୧ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣର ସମୀକ୍ଷା କରିଛନ୍ତି । ରାଜ୍ୟରେ ଟିକା ନେଇଥିବା କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଅନୁଭୂତି ଶୁଣିବା ସହ ମତାମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।ଭିିଡିଓ କନଫରେନସିଂ ଜରିଆରେ ଟିକା ନେଇଥିବା କିଛି ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଫିଡବ୍ୟାକ୍ ନେଇଛନ୍ତି ନବୀନ ।

ସୁନ୍ଦରଗଡରେ ଟିକା ନେଇଥିବା ଡିଏଚଏଚ ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାପିଟାଲ ହସପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀ ଓ ବ୍ରହ୍ମପୁର ସିଟି ହସପିଟାଲ୍ ଡାକ୍ତରଙ୍କ ସହ କଥା ହୋଇଛନ୍ତି ନବୀନ । ମେଗା ଟିକାକରଣ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.