ଦେଶରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୬୧ ହଜାର ୨୬୭ ନୂଆ ପଜିଟିଭ ଚିହ୍ନଟ, ୮୮୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୬୧ ହଜାର ୨୬୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ଏହା ହେଉଛି ଅପେକ୍ଷାକୃତ କମ ଦୈନିକ ସଂକ୍ରମଣ ସଂଖ୍ୟା । ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୨କୁ ବୃୃଦ୍ଧି ପାଇଥିବା ବେଳେ ୫୬ ଲକ୍ଷ ୬୨ ହଜାର ୪୯୦ ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ ସକ୍ରିୟ କୋରୋନା ମାମଲା ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୩ ରହିଛି । ଏଣେ ଗତ ୨୪ ଘଂଟାରେ କୋରୋନାରେ ୮୮୪ ଜଣ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩ ହଜାର ୫୬୯କୁ ବୃଦ୍ଧି ପାଇଛି ।

Comments are closed.