କୋଲ୍ ବ୍ଲକ୍ ଆବଂଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଦୋଷୀ, ଆସନ୍ତା ୧୪ରେ ଦଣ୍ଡାଦେଶ

ନୂଆଦିଲ୍ଲୀ- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ କୋଇଲା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୯ରେ ଝାଡଖଣ୍ଡରେ କୋଲ୍ ବ୍ଲକ ଆବଂଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ଦିଲୀପଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ସେତେବେଳେ ଦିଲୀପ ବାଜପେୟୀ ନେତୃତ୍ୱାଧିନ ଏନଡିଏ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ଭରତ ପରାଶର ,ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ବ ଦୋଷୀ ସାବ୍ୟସ୍ତ କରିଛନ୍ତି । ତିନି ଜଣଙ୍କୁ ଆସନ୍ତା ୧୪ ତାରିଖରେ ଦଣ୍ଡାଦେଶ ହେବ ।

Comments are closed.