କରୋନା ଅପଡେଟ୍: ଦେଶରେ ୧୬,୩୧୧ ନୂଆ ଆକ୍ରାନ୍ତ

ନୂୂଆଦିଲ୍ଲୀ – ଦେଶରେ କରୋନାର ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୪ ଲକ୍ଷ ୬୬ ହଜାର ୫୪୫ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦିନକରେ ଆଉ ୧୬୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା କୋରୋନାରୁ ୧ କୋଟି ୯୦ ହଜାର ୬୫୮ ଲୋକ ଆରୋଗ୍ୟ ହୋଇଥିବାବେଳେ ୧ ଲକ୍ଷ ୫୧ ହଜାର ୧୮୪ ରୋଗୀଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସେଠାରେ ୨ ଲକ୍ଷ ୨୪ ହଜାର ୭୦୩ ରୋଗୀ ଚିକିତ୍ସିତ ହେଉଛନ୍ତି।

Comments are closed.