ଦେଶରେ କୋରୋନାର ୮୩ ହଜାର ୮୦୯ ନୂଆ ମାମଲା, ମୃତ୍ୟୁସଂଖ୍ୟା ୮୦ ହଜାର ପାର

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ କୋରୋନାର ୮୩ ହଜାର ୮୦୯ଟି ନୂଆ ମାମଲା ଆସିଛି । ଫଳରେ ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୬କୁ ବୃଦ୍ଧି ପାଇଛି । ଦିନକରେ ଆଉ ୧ ହଜାର ୫୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ପାର ହୋଇ ୮୦ ହଜାର ୭୭୬ରେ ପହଂଚିଛି । ଏ ଯାଏଁ ୩୮ ଲକ୍ଷ ୫୯ ହଜାର ୩୯୯ ଲୋକ ସୁସ୍ଥ ହୋଇସାରିଲେଣି । ଭାରତରେ ଏବେ ସକ୍ରିୟ ମାମଲା ସଂଖ୍ୟା ୯ ଲକ୍ଷ ୯୦ ହଜାର ୬୧ ରହିଛି ।

Comments are closed.