ରାଜ୍ୟରେ ୨ ହଜାର ୧୩୮ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଧା ଜିଲ୍ଲାରୁ ୩୬୧ ଚିହ୍ନଟ, ଗଂଜାମରୁ ୧୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୧୩୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୨୫୧ ଓ ସ୍ଥାନୀୟ ଅଂଚଳରୁ ୮୮୭ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୫୬, ଅନୁଗୁଳରୁ ୧୫୧, ସୁନ୍ଦରଗଡରୁ ୧୩୭, ମୟୂରଭଂଜରୁ ୧୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ବଲାଙ୍ଗିରରୁ ୭୯,ପୁରୀରୁ ୭୩, କେନ୍ଦ୍ରାପଡାରୁ ୭୨, ଯାଜପୁରରୁ ୭୧, ଜଗତସିଂହପୁରରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୮ ନୂଆ ଆକ୍ରାନ୍ତ ହିଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୪ ହଜାର ୧୪୯କୁ ବୃଦ୍ଧି ପାଇଥିବା ବେଳେ ଏଥିମଧ୍ୟରୁ ୨ ଲକ୍ଷ ୩୮ ହଜାର ୫୩୫ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୪୫୭ ରହିଛି ।

Comments are closed.