ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ପୁଣି ୪ ଶହରୁ ତଳେ, ୨୪ ଘଂଟାରେ ୩୭୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ୪ ଶହରୁ ତଳକୁ ଖସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୧୫ ଓ ସ୍ଥାନୀୟ ଅଂଚଳରୁୁ ୧୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬, ସୁନ୍ଦରଗଡରୁ ୪୭, ଅନୁଗୁଳରୁ ୨୮, ମୟୂରଭଞ୍ଜରୁ ୨୫, କଟକରୁ ୧୮,ବାଲେଶ୍ୱରରୁ ୧୬, ନୂଆପଡାରୁ ୧୪, ପୁରୀରୁ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬ ନୂଆ ଆକ୍ରାନ୍ତ ।

ରାଜ୍ୟରେ ଏ ଯାଏଁ ମୋଟ ୩ ଲକ୍ଷ ୨୦ ହଜାର ୩୯୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୧୪ ହଜାର ୨୩ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ବି ୪ ହଜାର ୫୫୮ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଂଟାରେ କୋରୋନାରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୭୬୦କୁ ବୃଦ୍ଧି ପାଇଛି ।

Comments are closed.