ଦେଶରେ ୨୪ ଘଂଟାରେ ୮୬ ହଜାର ୯୬୧ ନୂଆ କୋରୋନା ମାମଲା, ଆକ୍ରାନ୍ତଙ୍କ ଅପେକ୍ଷା ଦିନକରେ ସୁସ୍ଥ ସଂଖ୍ୟା ଅଧିକ

ନୂଆଦିଲ୍ଲୀ – ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ୮୭ ହଜାର ୫୮୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୮୬ ହଜାର ୯୬୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁୁଠୁ ବଡ କଥା ହେଲା ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଦିନକରେ ୯୩ ହଜାର ୩୫୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ ୪୩ ଲକ୍ଷ ୯୬ ହଜାର ୩୯୯ ରୋଗୀ ସୁସ୍ଥ ହୋଇସାରିଲେଣି । ଏଣେ କୋରୋନାରେ ଆଉ ୧ ହଜାର ୧୩୦ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୮୭ ହଜାର ୮୮୨କୁ ବୃଦ୍ଧି ପାଇଛି ।

Comments are closed.