ଦିବାରାତ୍ର ଟେଷ୍ଟ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ – ଭାରତ-ଅଷ୍ଟ୍ରେଲିଆ ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଆଜି ଠାରୁ ଆଡିଲେଡରେ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ଏହାର ପ୍ଲେଇଂ ଇଲେଭେନ ଘୋଷଣା କରିସାରିଛି। ମୟଙ୍କ ଅଗ୍ରୱାଲ ଏବଂ ପୃଥ୍ବୀ ଶ’ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବେ।

ଅଷ୍ଟ୍ରେଲିୟ ଦଳ ଆଡିଲେଡ୍ ଓଭାଲ୍ ଗ୍ରାଉଣ୍ଡରେ ଚାରିଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିଛି ଏବଂ ଚାରିଟି ଯାକ ଜିତିବାରେ ସଫଳ ହୋଇଛି । ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ଦଳ ପାଇଁ ଡେ ନାଇଟ୍ ଟେଷ୍ଟରେ ସବୁଠାରୁ ସଫଳ ବୋଲର ଭାବରେ ଉଭା ହୋଇଛନ୍ତି। ଏଯାବତ ଖେଳିଥିବା ୭ ଦିବାରାତ୍ର ଟେଷ୍ଟରେ ଷ୍ଟାର୍କ ୪୨ ୱିକେଟ୍ ନେଇଛନ୍ତି। ଅନ୍ୟପକ୍ଷେ ଭାରତ କେବଳ ଗୋଟିଏ ଦିବାରାତ୍ର ଟେଷ୍ଟ ଖେଳିଛି।

ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ’, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ: ଜୋ ବର୍ନସ୍, ମାଥ୍ୟୁ ୱେଡ୍, ମାର୍ନସ୍ ଲାବୁସେନ୍, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, କ୍ୟାମେରନ୍ ଗ୍ରୀନ୍, ଟିମ୍ ପାଏନ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ୍ ହାଜଲେଉଡ୍ ଏବଂ ନାଥାନ୍ ଲିଅନ୍ |

Comments are closed.