ଗଜପତି ଜିଲ୍ଲାରେ ଲଘୁଚାପ ବର୍ଷା, ପ୍ରଶାସନ ସଜାଗ, ୪ ବ୍ଲକର ୧୨ଟି ଗାଁରୁ ୫ ଶହ ପ୍ରଭାବିତ ଲୋକ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର, ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା

ପାରଳାଖେମୁଣ୍ଡି- ଲଘୁଚାପ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ବର୍ଷା ଯୋଗୁଁ ୪ଟି ବ୍ଲକ୍‌ର ୧୨ଟି ଗାଁରୁ ୫ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଛି । ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

ବଡ କଲାକୋଟ ଗ୍ରାମ ପଂଚାୟତର କୁଲୁଙ୍ଗ ଗାଁବାସୀଙ୍କୁ ଗୁମ୍ମା ବ୍ଲକର ସ୍ଥାନୀୟ ଚର୍ଚ୍ଚରେ ରଖାଯାଇଛି । ଚଂପାନିଗୁଡା ଗାଁ ଲୋକଙ୍କୁ କେ. ସୀତାପୁର ହାଇସ୍କୁଲରେ ରଖାଯାଇଛି । ସେମାନଙ୍କୁ ଆଜି ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ସିଆଲି ଗ୍ରାମପଂଚାୟତର ଘରେ ବର୍ଷା ପାଣି ଗଳୁଥିବାରୁ ୧୫ ଜଣ ପଲିଥିନ ସିଟ୍ ଦିଆଯାଇଛି । ଘରର କାନ୍ଥ ଭୁଶୁଡିପଡିବାରୁ କଟାଳକଇଠରେ ଜଣେ ପରିବାରକୁ ପଲିଥିନ ସିଟ୍ ଯୋଗାଇ ଦିଆଯାଇଛି ।

ଲଘୁଚାପ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସବୁ ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସଜାଗ ଥିବା କହିଛି ।

Comments are closed.