ପୁଣି ଲୋକଙ୍କ ହାଣ୍ଡିଶାଳ ଉପରେ ଆକ୍ରମଣ, ଘରୋଇ ଏଲପିଜି ଦର ୫୦ ଟଙ୍କା ବଢ଼ିଲା

ଦିଲ୍ଲୀ: ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ପୂର୍ବରୁ ପେଟ୍ରୋଲ-ଡିଜେଲ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କ ଏବେ ହାଣ୍ଡିଶାଳ ଉପରେ ହୋଇଛି ଆକ୍ରମଣ । କମର୍ସିଆଲ ଏଲପିଜି ପରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି | କେନ୍ଦ୍ର ସରକାର ଶନିବାର ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହି ଦରବୃଦ୍ଧି ଅଜିଠାରୁ ଲାଗୁ ହୋଇଛି | ନୂଆ ଦର ସହ ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୯୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି। ମାସକ ବ୍ୟବଧାନ ପରେ ଘରୋଇ ଏଲପିଜି ଦର ବଢ଼ିଛି । ଏହାପୂର୍ବରୁ ମାର୍ଚ୍ଚ ୨୨ ରେ ଘରୋଇ ଏଲପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

ଏହାପୂର୍ବରୁ ମେ ୧ରେ କମର୍ସିଆଲ ଏଲପିଜି ଦର ସିଲିଣ୍ଡର ପିଛା ୧୦୨.୫୦ ଟଙ୍କା ବୃଦ୍ଧି କରାଯାଇଥିଲା |

Comments are closed.