ଡ୍ରଗ୍ସ ମାମଲା: ଭାଇରାଲ ଭିଡିଓ ନେଇ କରଣ ଜୋହରଙ୍କୁ ଏନସିବିର ନୋଟିସ୍

‌ମୁମ୍ବାଇ – ବଲିଉଡ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କୁ ନୋଟିସ୍ ଜାରି କରିଛି । ବର୍ଷକ ତଳେ ଜୋହରଙ୍କ ଘରେ ହୋଇଥିବା ଏକ ପାର୍ଟିର ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ୍ କରିବା ଲାଗି ତାଙ୍କୁ ନୋଟିସ୍ ପଠାଇଛି ଏନସିବି । ଉକ୍ତ ଭିଡିଓରେ ବଲିଉଡ୍‌ର କିଛି ନାମୀଦାମୀ ସେଲିବ୍ରିଟି ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ହୋଇଥିଲା ।

ଜୋହର ତାଙ୍କ ଘରେ ଏକ ଡ୍ରଗ୍ସ ପାର୍ଟିର ଆୟୋଜନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଜୋହର ଏହି ଅଭିଯୋଗକୁ ସେତେବେଳେ ଖଣ୍ଡନ କରିିଥିଲେ । ଜୁନରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲାର ଡ୍ରଗ୍ସ ଲିଙ୍କ୍‌ର ଏନସିବି ତଦନ୍ତ ଜାରି ରଖିଛି । ଏଯାବତ୍ ଏନସିବି ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିସାରିଛି ।

Comments are closed.