Odiaସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟକୁ ବଦନାମ କଲେ ରାଜ୍ୟବାସୀ କ୍ଷମା କରିବେ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ପରେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ରାଜ୍ୟକୁ ବଦନାମ କରୁଥିବା ଲୋକଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁଁ। ଆମେ ସମସ୍ତେ ମିଳିମିଶି ରାଜ୍ୟର ବୃହତ୍ତର ସ୍ୱାର୍ଥ ହାସଲ ପାଇଁ ସର୍ବଦା କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏକ ନୂଆ ଓ କ୍ଷମତାସମ୍ପନ୍ନ ଓଡ଼ିଶା ପାଇଁ କାମ [...]
Odiaପଞ୍ଚମ ଓଡ଼ିଶା ଟ୍ରାଭେଲ ବାଜାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ଯୋଗଦେଲେ ୭୦ରୁ ଅଧିକ ଘରୋଇ ଟୁର୍ ଅପରେଟର
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋଣାର୍କ ଇକୋ ରିଟ୍ରିଟରେ ଓଡିଶା ଟ୍ରାଭେଲ ବାଜାରର ପଞ୍ଚମ ସଂସ୍କରଣର ଉଦଘାଟନ କରିଛନ୍ତି । ଏଥିରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ନିଜର ପର୍ଯ୍ୟଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ [...]
ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ଜିତିଲେ ଓଡ଼ିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର
ଭୁବନେଶ୍ୱର – ଓଡ଼ିଶାର ଉଦୀୟମାନ ସନ୍ତରଣ ତାରକା ମନ୍ନତା ମିଶ୍ର ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ପଦକ ଜିଣିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଉଦଘାଟନୀ ବିମଷ୍ଟେକ ଜଳକ୍ରୀଡା ପ୍ରତିଯୋଗିତାରେ ୧୭ ବର୍ଷିୟା ମନ୍ନତା ମିଶ୍ର ସନ୍ତରଣର ୨୦୦ ମିଟର ମହିଳା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଏହା ହେଉଛି ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ । ଓଡ଼ିଶା ଆଇଆଇଏସ ସୁଇମିଂ ଉତ୍କର୍ଷ କେନ୍ଦ୍ର ( ଏଚପିସି )ର ପ୍ରଶିକ୍ଷାର୍ଥୀ [...]
Odiaବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ବୁଲିଲେ ୫-ଟି ଓ ନବୀନ ଅଧ୍ୟକ୍ଷ,ମେଟାଭର୍ସରେ ସମ୍ପୂର୍ଣ୍ଣ ପ୍ରଦର୍ଶନୀର ଚିତ୍ର ଉପସ୍ଥାପନକୁ ପ୍ରଶଂସା
ଭୁବନେଶ୍ୱର – ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିବା ଜନତା ମଇଦାନଠାରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରଦର୍ଶନୀ ଦେଖି ଆସିଥିବା ବିଭିନ୍ନ ସ୍କୁଲର [...]
Odiaଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଓ ଗବେଷଣା ପାଇଁ ୧୮ଟି ନିଷ୍ପତ୍ତି
ଭୁବନେଶ୍ୱର – ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫-ଟି ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ । ୧. ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ [...]
Odiaଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍ଘାଟନ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୧ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ସ୍ଥାପନ କରିଥିଲେ। ଆଜି ଉଦ୍ଘାଟିତ ହୋଇଥିବା ୨୫ ଏକର ପରିମିତ [...]
Odiaଶରଦ ପାୱାରଙ୍କ ଏନସିପିକୁ ମିଳିଲା ନୂଆ ନାମ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶରଦ ପାୱାର ଗୋଷ୍ଠୀର ଏନସିପିକୁ ଏକ ନୂଆ ନାଁ ଦେଇଛନ୍ତି। ଏହି ଦଳ ଏବେ ‘ଏନସିପି ଶରଦଚନ୍ଦ୍ର ପାୱାର’ ନାମରେ ପରିଚିତ ହେବ। ତେବେ ଦଳର ନିର୍ବାଚନ ପ୍ରତୀକ କ’ଣ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଫେବୃଆରୀ ୭ରେ ଶରଦ ପାୱାର ଗୋଷ୍ଠୀ ତିନୋଟି ନାମ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇଥିଲା। ଏହି ତିନି ନାମ ହେଲା – ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏସ୍), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି [...]
Odiaଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେଲା ୟୁସିସି ବିଲ୍
ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଛି ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ । ବୁଧବାର ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଛି ଏହି ବିଲ୍ । ଏଥିସହ ଉତ୍ତରାଖଣ୍ଡ ୟୁସିସି ବିଲ୍ ପାସ କରିବାରେ ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଫେବୃଆରୀ ୬ରେ ବିଧାନସଭାରେ ଏହି ବିଲ୍ ଉପସ୍ଥାପନ କରିଥିଲେ। ବିଲ୍ ପାରିତ ହେବା ପରେ ଏହାକୁ ବର୍ତ୍ତମାନ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। [...]
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା: ଓଡ଼ିଶାର ଆବଶ୍ୟକତା ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ

Odiaରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା: ଓଡ଼ିଶାର ଆବଶ୍ୟକତା ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ
ନୂଆଦିଲ୍ଲୀ – ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ବିଜୁ ଜନତା ଦଳ ସମର୍ଥନ କରିଛି । ଆଜି ରାଜ୍ୟସଭାରେ ଏ ନେଇ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କିତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍କଳମଣି ଗୋପବନ୍ଧୁଙ୍କ କବିତାକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ସସ୍ମିତ ପାତ୍ର । ଆଲୋଚନାରେ ଓଡ଼ିଶା [...]
Odiaପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳ ନେତାଙ୍କ ପରି ବ୍ୟବହାର କରୁଛନ୍ତି: ଷ୍ଟାଲିନ
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ଭଳି ଆଚରଣ କରୁଛନ୍ତି ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋଦି କଂଗ୍ରେସ ଦଳକୁ ଏପରି ଟାର୍ଗେଟ୍ କରୁଛନ୍ତି ସତେ ଯେମିତି କଂଗ୍ରେସ ଶାସକ ଦଳ ଏବଂ ସେ ନିଜେ ବିରୋଧୀ ଦଳ ନେତା । ସ୍ପେନ ଗସ୍ତ ଶେଷ କରି ଚେନ୍ନାଇ ଫେରିଥିବା ଷ୍ଟାଲିନଙ୍କୁ ଯେତେବେଳେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ମୁଁ ଏହା [...]
