Odiaଇସ୍ତଫା ଦେଲେ ନୀତିଶ କୁମାର
ପାଟନା: ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଫେରିବା ଚର୍ଚ୍ଚା ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଇସ୍ତଫା ଦେଇଛନ୍ତି । ଜେଡିୟୁ ବିଧାୟକ ଦଳର ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ। ସେ ଏନଡିଏ ସହ ମିଶି ନୂଆ ସରକାର ଗଠନ ପାଇଁ ଦାବି କରିବା ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି [...]
Odiaଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମୃତ, ୧୫ ଆହତ
ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା | ସୂଚନା ପାଇ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। [...]
Odiaଆଜି ଇସ୍ତଫା ଦେବେ ନୀତିଶ କୁମାର, ବିଜେପି ସମର୍ଥନରେ ନୂଆ ସରକାର ଗଢ଼ିବେ
ପାଟନା: ବିହାରରେ ଜେଡିୟୁ-ଆରଜେଡି ମେଣ୍ଟ ଭାଙ୍ଗିଯାଇଛି । ସୂଚନାନୁସାରେ, ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ନୀତିଶ ଦିନ ୧୦ଟାରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ କରିବେ। ଏହା ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବେ । ସେ ଏନଡିଏ ସହ ନୂଆ ସରକାର ଗଠନ ପାଇଁ ଦାବି କରିବେ। ଆଜି ହିଁ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି। [...]
Odiaରାଜ୍ୟକୁ ଫେରିଲା ଶୀତ, ଅନେକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ହ୍ରାସ
ଭୁବନେଶ୍ବର – ରାଜ୍ୟରେ ଶୀତ ପୁଣି ଫେରିଛି । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଜାଡ ଜାଡ ଅନୁଭୂତ ହେଉଛି। ବିଶେଷ କରି ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଟିକେ ଅଧିକ ରହିଛି । ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି। ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି [...]
Odiaଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ, ଇଷ୍ଟବେଙ୍ଗଲକୁ ଭେଟିବ ଓଡ଼ିଶା ଏଫସି
ଭୁବନେଶ୍ୱର – ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲରେ ଓଡିଶା ଫୁଟବଲ କ୍ଲବ ଓ କୋଲକାତାର ଇଷ୍ଟବେଙ୍ଗଲ ଏଫସି ମଧ୍ୟରେ ମୁକାବିଲା ହେବ । ଟାଇଟଲ ବଜାୟ ରଖିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଘରୋଇ ଓଡିଶା ଏଫସି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ। ଏ ବର୍ଷଠୁ କଳିଙ୍ଗ ସୁପର କପ୍ ନାମରେ ଖେଳାଯାଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଥିଲେ । ସେମିଫାଇନାଲରେ [...]
ବେଳାଭୂମି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା: ମନୋରଞ୍ଜନ ସହ ବ୍ୟବସାୟ
ବ୍ରହ୍ମପୁର: ଗୋପାଳପୁରରେ ଆୟୋଜିତ ବେଳାଭୂମି ମହୋତ୍ସବ ସହ ପଲ୍ଲୀଶ୍ରୀ ମେଳା ଲୋକଙ୍କୁ ଆକୃଷ୍ଟ କରୁଛି। ପଲ୍ଲୀଶ୍ରୀ ମେଳାରେ ପ୍ରଥମ ଦୁଇ ଦିନରେ ୪୦ ଲକ୍ଷ ଟଙ୍କାର କାରବାର ହୋଇଛି। ଗୁରୁବାର ୧୪ ଲକ୍ଷ ୪୨ ହଜାର ଟଙ୍କାର ବିକ୍ରୀବଟା ହୋଇଥିବା ବେଳେ ଶୁକ୍ରବାର ୨୫ ଲକ୍ଷ ୫୪ ହଜାର ୫୬୦ ଟଙ୍କାର ସାମଗ୍ରୀ ବିକ୍ରୀ ହୋଇଥିବା କାର୍ଯ୍ୟାଳୟରୁ ସୂଚନା ମିଳିଛି। ଶନିବାର ତାହା ଆହୁରି ବୃଦ୍ଧି ପାଇଛି। ଏବେ ଶୀତର ଅନୁଭବ ରହିଥିବାରୁ ଜାମ୍ମୁ-କାଶ୍ମୀରର ଷ୍ଟଲରୁ ପ୍ରାୟ [...]
ମହାନଦୀରେ ମହାଆଳତୀରେ ସାମିଲ ହେଲେ ହଜାର ହଜାର ଜନତା
ସମ୍ବଲପୁର : ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଆଜି ସନ୍ଧ୍ୟାରେ ଭବ୍ୟ ମହାନଦୀ ଆଳତୀ ଆଖି ଝଲସାଇ ଦେଇଛି। ହଜାର ହଜାର ଜନତା ମହାନଦୀ ପଠାରେ ନିର୍ମିତ ସ୍ଥାୟୀ ମଞ୍ଚରେ ଏକାକାର ହୋଇ ମାଁ ମହାନଦୀଙ୍କ ଆଳତୀ କରି କୃପା ଭିକ୍ଷା କରିଛନ୍ତି। ମାଁ ସମଲେଇଙ୍କ ଜୟ ଜୟକାରରେ ଚାରିଦିଗ ପ୍ରକମ୍ପିତ ହୋଇଛି। ଏହି ଅବିଶ୍ବସନୀୟ ପ୍ରକଳ୍ପ ପରେ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଅନୁଷ୍ଠିତ ମହାନଦୀ ଆଳତୀ ଅପୂର୍ବ ଅନୁଭବ [...]
Odiaଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କା
ଭୁବନେଶ୍ୱର – ନିଜର ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ଗୌରବମୟ ଅନ୍ତର୍ଜାତୀୟ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଓଡିଶାର ତାରକା ଖେଳାଳି ଦୀପଗ୍ରେସ୍ ଏକ୍କା। ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ପକ୍ଷରୁ ଆନ୍ତର୍ଜାତିକ ହକିରେ ପ୍ରତିନିଧିତ୍ୱ କରିଆସିଥିଲେ ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଆନ୍ତର୍ଜାତିକ କ୍ୟାରିଅର ଆରମ୍ଭ କରିଥିବା ଦୀପଗ୍ରେସ ଆଜି ସୋସିଆଲ ମିଡିଆରେ ନିଜର ଅବସର ବିଷୟ ଘୋଷଣା କରିଛନ୍ତି। ଜଣେ ଦକ୍ଷ ଡିଫେଣ୍ଡର ଓ ପେନାଲଟି [...]
ରବିବାର ଇସ୍ତଫା ଦେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ସମର୍ଥନରେ ନୂଆ ସରକାର ଗଢ଼ିବା ସମ୍ଭାବନା

Odiaରବିବାର ଇସ୍ତଫା ଦେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ସମର୍ଥନରେ ନୂଆ ସରକାର ଗଢ଼ିବା ସମ୍ଭାବନା
ପାଟନା / ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ରବିବାର ସକାଳେ ଇସ୍ତଫା ଦେଇପାରନ୍ତି। ନୀତିଶଙ୍କ ନିକଟତମ ସୂତ୍ରରୁ ଏହି ସୂଚନା ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମିଶି ୧୮ ମାସର ଶାସନ ପରେ ‘ପଲଟୁ ରାମ’ ନୀତିଶ ପୁଣି ପଟ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜେଡିୟୁ ସଭାପତି ପୁଣି ବିଜେପି ସହ ହାତ ମିଳାଇ ବିହାରରେ ସରକାର ଗଢ଼ିବା ସମ୍ଭାବନା ରହିଛି । ଇସ୍ତଫା ଦେବା ପୂର୍ବରୁ ନୀତିଶ [...]
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେବେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜେତା

Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେବେ ପଦ୍ମଶ୍ରୀ, ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜେତା
ଭୁବନେଶ୍ୱର – ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତାମାସ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ । ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରିବେ । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ [...]
