ମହିଳା ପ୍ରୋ ଲିଗ୍: ସବିତା କ୍ୟାପଟେନ, ଓଡ଼ିଆ ଖେଳାଳି ଦୀପ ଗ୍ରେସ୍ ଉପଅଧିନାୟକ

ନୂଆଦିଲ୍ଲୀ: ଜୁନରେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ୍ସରେ ହେବାକୁ ଥିବା ଏଫ୍ଆଇଏଚ୍ (ଆନ୍ତର୍ଜାତୀୟ ହକି ଫେଡେରେସନ୍) ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ସବିତା ପୁନିଆଙ୍କ ନେତୃତ୍ୱରେ ଭାରତ ଶନିବାର ୨୪ ଜଣିଆ ମହିଳା ହକି ଦଳ ଚୟନ କରିଛି। ଭେଟେରାନ ଡିଫେଣ୍ଡର ତଥା ଓଡ଼ିଆ ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ଉପଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି ।

ଜୁଲାଇ ୧ ରୁ ୧୭ ପର୍ଯ୍ୟନ୍ତ ସ୍ପେନ ଏବଂ ନେଦରଲ୍ୟାଣ୍ଡ୍ସରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ହକି ମହିଳା ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଜୁନ୍ ୧୧ ରୁ ୨୨ ପର୍ଯ୍ୟନ୍ତ ୬ଟି ପ୍ରୋ ଲିଗ୍ ମ୍ୟାଚ୍ ଖେଳିବ |

ଭାରତୀୟ ଦଳ ଜୁନ୍ ୧୧ ଏବଂ ୧୨ ରେ ଆଣ୍ଟୱେର୍ପରେ ଆୟୋଜକ ବେଲଜିୟମକୁ ଭେଟିବା ପରେ ନେଦରଲ୍ୟାଣ୍ଡ୍ସର ରୋଟେରଡାମରେ ଆର୍ଜେଣ୍ଟିନା (ଜୁନ୍ ୧୮ ଏବଂ ୧୯) ଏବଂ ଆମେରିକା (ଜୁନ୍ ୨୧ ଏବଂ ୨୨) ସହ ମୁହାଁମୁହିଁ ହେବ |

ଟୋକିଓ ଅଲିମ୍ପିକ୍ସ ପରେ ଷ୍ଟାର ଷ୍ଟ୍ରାଇକର ତଥା ପୂର୍ବତନ କ୍ୟାପଟେନ ରାନୀ ରାମପାଲ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇବାକୁ ଚାହୁଁଥିଲେ ହେଁ ସବିତାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି।

ହାମଷ୍ଟ୍ରିଂ ସମସ୍ୟା ଯୋଗୁଁ ରାନୀ ଦୀର୍ଘ ସମୟ ଧରି ହକିରୁ ଦୂରରେ ଥିଲେ | ଗତ ମାସରେ ଭୁବନେଶ୍ୱରରେ ନେଦରଲ୍ୟାଣ୍ଡ୍ସ ବିପକ୍ଷ ଏଫଆଇଏଚ୍ ପ୍ରୋ ଲିଗ୍ ର ଶେଷ ଦୁଇଟି ମ୍ୟାଚ୍ ପାଇଁ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ ମଧ୍ୟ ଖେଳିନଥିଲେ।

ଭେଟେରାନ ଡିଫେଣ୍ଡର ତଥା ଓଡ଼ିଆ ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ଉପଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ଦଳରେ ବିଚୁ ​​ଦେବୀ ଖରିବାମ, ଇଶିକା ଚୌଧୁରୀ, ଅକ୍ଷତା ଅବସୋ ଢକାଲେ, ବଲଜିତ କୌର, ସଂଗୀତ କୁମାରୀ ଏବଂ ଦୀପିକାଙ୍କ ପରି ଜୁନିୟର ବିଶ୍ୱକପ ତାରକା ମଧ୍ୟ ରହିଛନ୍ତି।

ଭାରତୀୟ ଦଳ:

ଗୋଲକିପର: ସବିତା (କ୍ୟାପଟେନ୍), ବିଚୁ ​​ଦେବୀ ଖରିବାମ୍।

ଡିଫେଣ୍ଡର: ଦୀପ ଗ୍ରେସ୍ ଏକ୍କା (ଭାଇସ୍ କ୍ୟାପଟେନ୍), ଗୁରୁଜିତ୍ କୌର, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ଅକ୍ଷତା ଅବସୋ ଢକାଲେ ।

ମିଡଫିଲ୍ଡର: ନିଶା, ସୁଶୀଲା ଖାନୁ, ପୁଖରାମବାମ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସୋନିକା, ସଲିମା ଟେଟେ, ବାଲଜିତ କୌର |

ଫରଓ୍ବାର୍ଡ: ବନ୍ଦନା କାଟାରିଆ, ଲାଲେରେମସିଆମି, ନବନୀତ୍ କୌର, ଶର୍ମିଲା ଦେବୀ, ସଂଗୀତ କୁମାରୀ, ଦୀପିକା, ରାନୀ |

Comments are closed.