କଟକ ଜଗତପୁରରେ ଥିବା କୋଭିଡ ହସପିଟାଲରେ ନିଆଁ

କଟକ- କଟକ ଜଗତପୁରରେ ଏକ କୋଭିଡ ହସପିଟାଲରେ ନିଆଁ ଲାଗିଯାଇଛି । ସ୍ଥାନୀୟ ସଦଗୁରୁ କୋଭିଡ ହସପିଟାଲର ଆଇସିୟୁ ୱାର୍ଡରେ ନିଆଁ ଲାଗିଥିବା ଖବର ମିଳିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ଗାଡି ପହଂଚିଛନ୍ତି । ୧୨୭ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ନିଆଁ ଲିଭାଉଛନ୍ତି । କୌଣସି କ୍ଷୟକ୍ଷତି ସଂପର୍କରେ ଜଣାପଡିନାହିଁ ।

Comments are closed.