ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଏହି ମାସ ୨୫ରେ ସବ ର୍ଦଳୀୟ ବୈଠକ

ଭୁବନେଶ୍ୱର- ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଏହି ମାସ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କୋରୋନା ସଂକଟ ମଧ୍ୟରେ ଗୃହ କେମିତି ଚାଲିବ,ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ବାଚସ୍ପତି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ । ରବିବାର ମଧ୍ୟ ବିଧାନସଭା ବସିବ । ଖାଲି ଅକ୍ଟୋବର ୨ ତାରିଖରେ ଛୁଟି ରହିବ । ଅଧିବେଶନ ପୂର୍ବରୁ ୨୭ ଓ ୨୮ ତାରିଖରେ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି ।

Comments are closed.