ଭାରତୀୟ ଅଣ୍ଡର-୧୯ ଦଳର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତର ଅଣ୍ଡର-୧୯ ଦଳର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ଶୁକ୍ରବାର ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି। ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା । ବାରୋଟ୍ ସୌରଷ୍ଟ୍ର ଓ ୨୦୨୦ ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ ଥିଲେ। ବାରୋଟଙ୍କ ମୃତ୍ୟୁକୁ ନେଇ ସୌରଷ୍ଟ୍ର କ୍ରିକେଟ୍ ଆସୋସିଏସନ ଆଜି ଏକ ବିବୃତ୍ତି ଜାରି କରିଛି। ବାରୋଟଙ୍କୁ ଜଣେ ଦକ୍ଷ ଖେଳାଳି ବୋଲି କହି ଆସୋସିଏସନ ତାଙ୍କର ଏପରି ଆକସ୍ମିକ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛି | ଏହି ଯୁବ କ୍ରିକେଟରଙ୍କ ଅକାଳ ବିୟୋଗରେ କ୍ରିକେଟ୍ ଜଗତ ମଧ୍ୟ ସ୍ତବ୍ଧ ହୋଇପଡିଛି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫର ମଧ୍ୟ ବାରୋଟଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

ବାରୋଟ୍ ୨୦୧୧ରେ ଇଣ୍ଡିଆ ଅଣ୍ଡର-୧୯ ଦଳକୁ ଅଧିନାୟକ କରିଥିଲେ | ସେହି ବର୍ଷ ତାଙ୍କୁ ଅଣ୍ଡର-୧୯ ବର୍ଗରେ ବିସିସିଆଇ ତରଫରୁ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ଛୋଟ କ୍ୟାରିୟରରେ ବାରୋଟ୍ ୩୮ ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୭ ଲିଷ୍ଟ-ଏ’ ମ୍ୟାଚ୍, ଏବଂ ୨୦ ଟି-୨୦ ମ୍ୟାଚ୍ ରେ ଖେଳିଥିଲେ | ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ବାରୋଟ୍ ୪୮.୪୯ରେ ହାରାହାରି ୧୫୪୭ ରନ୍ ସ୍କୋର କରିଥିଲେ |

ଘରୋଇ ସର୍କିଟରେ ଗୁଜରାଟ ଦଳ ପାଇଁ ବାରୋଟ୍ ଖେଳିବା ଆରମ୍ଭ କରିଥିଲେ | ଏହା ପରେ ସେ ସୌରଷ୍ଟ୍ର ଦଳରେ ଯୋଗ ଦେଇଥିଲେ ଏବଂ ୨୦୧୯-୨୦ ସିଜନର ରଣଜୀ ଟ୍ରଫି ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ଏହା ପୂର୍ବରୁ ବାରୋଟ୍ ଗୋଆ ବିପକ୍ଷରେ ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫିରେ ଏକ ଚମତ୍କାର ଶତକ ହାସଲ କରି ଚହଳ ସୃଷ୍ଟି କରିଥିଲେ ।

Comments are closed.