ଖୋର୍ଧା ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ‘ଗଂଜାମ ଫର୍ମୁଲା’

ଭୁବନେଶ୍ୱର – ଖୋର୍ଧାରେ କୋରୋନା ମୁକାବିଲା ପାଇଁ ଲାଗୁ ହେବ ଗଂଜାମ ରଣନୀତି । ଖୋର୍ଧା ଜିଲ୍ଲାରେ ବେକାବୁ କୋରୋନା ନିୟନ୍ତ୍ରଣ ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଗଂଜାମ ଜିଲ୍ଲାରେ କୋଭିଡ ରଣନୀତି ସଫଳ ହେବା ପରେ ଗଂଜାମ ଜିଲ୍ଲା କୋରୋନା ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଆଇଏଏସ୍ ଅଧିକାରୀ ବିଶାଲ ସିଂହଙ୍କୁ ଖୋର୍ଧା ଜିଲ୍ଲା ଗ୍ରାମାଂଚଳ କୋଭିଡ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ବଡ ବଡ କାର୍ଯ୍ୟାଳୟ ସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ବି ରହିଛି । ସେଥିପାଇଁ ଏଗୁଡିକ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକ ଟେଷ୍ଟିଂ କରାଯିବ ।

କଂଟାକ୍ଟ ଟ୍ରେସିଂ ଉପରେ ଅଧିକ ଜୋର୍ ଦିଆଯିବ ବୋଲି ସ୍ୱତନ୍ତ୍ର କୋଭିଡ ନିୟନ୍ତ୍ରଣ ଦାୟିତ୍ୱରେ ଆସିଥିବା ଆଇଏଏସ ଅଧିକାରୀ ବିଶାଳ ସିଂହ କହିଛନ୍ତି । ସର୍କିଟ ହାଉସରେ ଖୋର୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଗଂଜାମରୁ ଆସିଥିବା ଦୁଇ ଆଏଏସ ଅଧକାରୀଙ୍କ ସହ ଭୁବନେଶ୍ୱର, ବାଲିପାଟଣା ଓ ବାଲିଅନ୍ତାର ବିଡିଓ ଉପସ୍ଥିତ ଥିଲେ ।

କଂଟାକ୍ଟ ଟ୍ରେସିଂ ଉପରେ ଅଧିକ ଜୋର୍ ଦିଆଯିବ ବୋଲି ସ୍ୱତନ୍ତ୍ର କୋଭିଡ ନିୟନ୍ତ୍ରଣ ଦାୟିତ୍ୱ ପାଇଥିବା ଆଇଏଏସ ଅଧିକାରୀ ବିଶାଳ ସିଂହ କହିଛନ୍ତି ।

Comments are closed.