ओडिया समाचारରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ ବିଜେପି ସପକ୍ଷରେ ଜନାଦେଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ଆଜି ସେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୨୪ ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ଵରେ ବିଜେଡି ପ୍ରମୁଖ ଆଞ୍ଚଳିକ ଦଳରେ ପରିଣତ ହୋଇଥିଲା । ବିଜେଡି ଲଗାତର ପାଞ୍ଚଟି ନିର୍ବାଚନରେ ବିଜୟୀ ହୋଇ ସରକାର [...]
ओडिया समाचारଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା: କେଉଁ ଦଳକୁ କେତେ ଆସନ ମିଳିଲା ଜାଣନ୍ତୁ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶର ସମସ୍ତ ୫୪୩ ଲୋକସଭା ଆସନର ଫଳାଫଳ ଘୋଷଣା କରିଛନ୍ତି । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ସର୍ବାଧିକ ୨୪୦ ଆସନ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୯୯ ଆସନ। ମହାରାଷ୍ଟ୍ରର ବିଡ୍ ନିର୍ବାଚନମଣ୍ଡଳୀର ଫଳାଫଳ ସ୍ପଷ୍ଟ ହେବା ପରେ ଲୋକସଭା ନିର୍ବାଚନ ୨୦୨୪ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତିି ନିର୍ବାଚନ କମିଶନ। ବିଡ୍ ନିର୍ବାଚନମଣ୍ଡଳୀରେ ଏନସିପି (ଶରଦ ପାୱାର) ପ୍ରାର୍ଥୀ ବଜରଙ୍ଗ ମନୋହର ସୋନାୱାନେ ବିଜେପିର ପଙ୍କଜା [...]
ओडिया समाचारଟି-୨୦ ବିଶ୍ୱକପରେ ଆଜିଠୁ ଭାରତର ଅଭିଯାନ, ଆୟର୍ଲାଣ୍ଡ ସହ ପ୍ରଥମ ମୁକାବିଲା
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ନିଜ ଅଭିଯାନ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଦୀର୍ଘ ୧୧ ବର୍ଷ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ଥିବା ଭାରତ ଏଥର ସଫଳ ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି। କ୍ୟାରିୟରର ଶେଷ ଟି-୨୦ ବିଶ୍ବକପ୍ ଖେଳୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଷ୍ଟାର ଖେଳାଳି ମଧ୍ୟ ଆଇସିସି ଟ୍ରଫି ଧରିବାକୁ ବ୍ୟଗ୍ର। ଯଶପ୍ରୀତ୍ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କ ସମେତ ଅନ୍ୟ [...]
ओडिया समाचारଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ସଂଧ୍ୟା ୭ଟାରୁ ୧୦ ଦର୍ଶନ ବନ୍ଦ
ପୁରୀ – ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ବନକଲାଗି ଏକ ଗୁପ୍ତ ନୀତି। ଏଣୁ ଆଜି ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବକମାନେ ବିଭିନ୍ନ ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିବେ। ଦ୍ଵିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ [...]
ओडिया समाचारବିଜେପିର ବିଜୟ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ – ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାକୁ ପ୍ରଗତିର ଶିଖରରେ ପହଞ୍ଚାଇବା ସହ ରାଜ୍ୟବାସୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ବିଜେପି ସମସ୍ତ ଉଦ୍ୟମ କରିବ ବୋଲି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ବିଜୟ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୋଦି ।
ओडिया समाचारଦଳମତ ନିର୍ବିଶେଷରେ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନରେ ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ସମ୍ମାନ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ।
ओडिया समाचारବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ, ବିରୋଧୀ ଆସନରେ ବସିବ ବିଜେଡି
ଭୁବନେଶ୍ୱର – ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳକୁ ଏଥର ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲଗାତର ଷଷ୍ଠ ଥର ପାଇଁ ବିଜେଡି ବିଜୟୀ ହେବ ବୋଲି ଆଶା ବାନ୍ଧିଥିଲା । କିନ୍ତୁ ଏଥର ଜନାଦେଶ ବିଜେପି ସପକ୍ଷରେ ଯାଇଛି । ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଇଛନ୍ତି ଭୋଟର୍ । ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ [...]
ओडिया समाचार୨୪ ବର୍ଷ ଧରି ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି
ଭୁବନେଶ୍ୱର – ରାଜ୍ୟରେ ଜନତା ଜନାର୍ଦ୍ଦନଙ୍କ ଫଇସଲାକୁ ସମ୍ମାନ ଦେଇ ବିଧାନସଭା ନିର୍ବାଚନର ଫଳାଫଳକୁ ଗ୍ରହଣ କରିଛି ବିଜୁ ଜନତା ଦଳ । ଫଳାଫଳ ସ୍ପଷ୍ଟ ହେଲା ପରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପ୍ରେସମିଟ କରାଯାଇଥିଲା । ବିଜେଡିକୁ ଗତ ୨୪ ବର୍ଷ ଧରି ଆଶୀର୍ବାଦ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ଦଳ । ଆପଣଙ୍କ ଆଶୀର୍ବାଦରେ ବିଜେଡି ୫୧ ଆସନରେ ଜିତୁଛି । ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଦଳ ଧନ୍ୟବାଦ ଜଣାଉଛି [...]
ओडिया समाचारବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହ୍ୟାଟ୍ରିକ ବିଜୟ, ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଜିତିଲେ
ବାରାଣସୀ: ଲୋକସଭା ନିର୍ବାଚନର ଅନ୍ୟତମ ହଟ୍ ସିଟ୍ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟର ହ୍ୟାଟ୍ରିକ କରିଛନ୍ତିି। ସେ ଦେଢ଼ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସର ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୬,୧୨,୯୭୦ ଭୋଟ୍ ପାଇଥିବାବେଳେ କଂଗ୍ରେସର ଅଜୟ ରାୟଙ୍କୁ ୪,୬୦,୪୫୭ ଭୋଟ୍ ମିଳିଥିଲା। ମୋଦୀ ୧ ଲକ୍ଷ ୫୨ ହଜାର ୫୧୩ ଭୋଟରେ ଅଜୟ ରାୟଙ୍କୁ ପରାସ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ [...]
ହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା

ओडिया समाचारହାସନ ଆସନରୁ ହାରିଲେ ପ୍ରଜ୍ବଳ ରେଭନ୍ନା
ବେଙ୍ଗାଲୁରୁ: ଲୋକସଭା ନିର୍ବାଚନର ମତଗଣନା ଜାରି ରହିଛି। ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଇତିମଧ୍ୟରେ କର୍ଣ୍ଣାଟକର ହାସନ ଲୋକସଭା ଆସନର ଫଳାଫଳ ଆସିଯାଇଛି। ଏଠାରେ ଏଥର ଏନଡିଏ ପ୍ରାର୍ଥୀ ଭାବେ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ତଥା ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ହାରିଯାଇଛନ୍ତି। କଂଗ୍ରେସର ଶ୍ରେୟାସ ପଟେଲ ୪୪,୦୦୦ ଭୋଟରେ ରେଭନ୍ନାଙ୍କୁ ପରାସ୍ତ କରିଛନ୍ତି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ [...]
