ओडिया समाचारନିୟମିତ ଜାମିନ ପାଇଁ କେଜ୍ରିୱାଲଙ୍କ ଆବେଦନ, ଇଡିକୁ ନୋଟିସ୍
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର (ମେ ୩୦) ରାଉଜ୍ ଆଭେନ୍ୟୁ କୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରି କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ ଜାରି କରିଛନ୍ତି। ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା ଜୁନ୍ ୧ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି। ଡ଼ାକ୍ତରୀ ପରୀକ୍ଷା ପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ଏକ ସପ୍ତାହ ପାଇଁ ବୃଦ୍ଧି [...]
ओडिया समाचारପଶ୍ଚିମରେ ପ୍ରଚଣ୍ଡ ତାତି : ଦିନ ସାଢେ ୨ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୬.୬ ଡିଗ୍ରୀ ସେଲସିୟସ
ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ଆଜି ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ଅତିକ୍ରମ କରିଛି। ୪୬.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସାଢେ ୨ଟା ବେଳକୁ ରାଜ୍ୟର ଉତ୍ତପ୍ତ ସହର ଥିଲା। ସମ୍ବଲପୁରରେ ତାପମାତ୍ରା ଥିଲା ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ। ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ , କେନ୍ଦୁଝରରେ ୪୧.୪ [...]
ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ, ମୃତକଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ୍ ଅଲଟିମେଟ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ [...]
ओडिया समाचार୧୦ ବର୍ଷ ହେଲା ମୋ’ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର ହେଉଛି: ନବୀନ
ଭୁବନେଶ୍ୱର -ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ବିଜେପି ଗୁଜବ ପ୍ରଚାର କରୁଛି । ଏବେ ନୁହେଁ ଗତ ୧୦ ବର୍ଷ ହେବ ଏହି ଗୁଜବ ପ୍ରଚାରିତ ହୋଇଆସୁଛି, ଯାହାର କି କୈାଣସି ଓଜନ ନାହିଁ ।ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଅଭିଯୋଗ ୧୦ ବର୍ଷର ପୁରୁଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ହତାଶ ହୋଇ ବିଜେପି ଏଭଳି ଅପପ୍ରଚାର କରୁଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦକ ସ୍ମିତାପ୍ରକାଶଙ୍କୁ ଏକ ଏକ୍ସକ୍ଲୁସିଭ [...]
କେରଳ ଛୁଇଁଲା ମୌସୁମୀ, ତାତିରୁ ମିଳିବ ଆଶ୍ବସ୍ତି

ओडिया समाचारକେରଳ ଛୁଇଁଲା ମୌସୁମୀ, ତାତିରୁ ମିଳିବ ଆଶ୍ବସ୍ତି
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶରେ ପ୍ରବେଶ କରିଛି ମୌସୁମୀ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ। ପାଣିପାଗ ବିଭାଗ କହିଛି ଯେ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଆଜି ଅର୍ଥାତ୍ ମଇ ୩୦ରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ [...]
ओडिया समाचारମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଅପପ୍ରଚାର ବିଜେପି ପାଇଁ ବୁମେରାଂ ହେବ : କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପପ୍ରଚାର ଓ ଗୁଜବ ସୃଷ୍ଟି କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ବିଜେପି ପାଇଁ ବୁମେରାଂ ହେବ । ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ମହାପ୍ରଭୁଙ୍କ କାମରେ ବାଧା ଦେଇଥିଲା । ବିଜେପି ବାରମ୍ବାର ଗୋଲ୍ ପୋଷ୍ଟ [...]
ओडिया समाचारପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇଥିବା ଦୁଇ ଡ଼ାକ୍ତର ନିଲମ୍ବିତ
ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇବା ଅଭିଯୋଗରେ ଡାକ୍ତର ଅଜୟ ତାଓ୍ବଡେ ଏବଂ ଶ୍ରୀହରି ହାଲନୋରଙ୍କୁ ନିଲମ୍ବିତ କରାଯାଇଛି। ଡାକ୍ତର ତାଓ୍ବଡେ ସରକାରୀ ସାସୁନ୍ ସିଭିଲ୍ ହସ୍ପିଟାଲର ଫୋରେନସିକ୍ ବିଭାଗର ମୁଖ୍ୟ ଥିଲେ । ଡାକ୍ତର ହାଲନୋର୍ ସେହି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଥିଲେ। ଉଭୟ ଡାକ୍ତରଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଏହି ଦୁଇ ଡ଼ାକ୍ତର ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ବାପାଙ୍କ ଠାରୁ [...]
ଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ

ओडिया समाचारଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ
ବେଙ୍ଗାଲୁରୁ: ନିଲମ୍ବିତ ଜେଡି (ଏସ୍) ସାଂସଦ ପ୍ରଜ୍ବଳ ରେଭନ୍ନା ଯୌନ ନିର୍ଯାତନା ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଏହା ପୂର୍ବରୁ ପ୍ରଜ୍ବଳ ରେଭନ୍ନା ସୋମବାର ଏକ ଭିଡିଓ ଜାରି କରି ସେ ମେ ୩୧ରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି)ରେ ହାଜର ହେବେ ବୋଲି କହିଥିଲେ। ରେଭାନ୍ନା କହିଛନ୍ତି ତାଙ୍କ ବିଦେଶ ଯାତ୍ରା ପୂର୍ବ ନିର୍ଦ୍ଧାରିତ ଥିଲା । ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୨୬ରେ କର୍ଣ୍ଣାଟକରେ ଭୋଟ ଗ୍ରହଣ ହୋଇଥିବା ବେଳେ ତାଙ୍କ ବିରୋଧରେ [...]
ओडिया समाचारଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଧମକ, ବଢ଼ିଲା ସୁରକ୍ଷା
ନୂଆଦିଲ୍ଲୀ: ଯେବେ ବି କ୍ରିକେଟ୍ ପଡ଼ିଆରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ପ୍ରଶଂସକମାନେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରନ୍ତି । ଏହି ମୁହୂର୍ତ୍ତକୁ ପ୍ରଶଂସକମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଥାନ୍ତି । ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ମୁହାଁମୁହିଁ ହେବେ। ଏହି ହାଇ ଭୋଲଟେଜ ମୁକାବିଲା ଜୁନ୍ ୯ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବ। ତେବେ ଏହି ବଡ଼ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ [...]
ओडिया समाचारସକାଳୁ ସକାଳୁ ପ୍ରଖର ତାତି, ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଉପରେ ୮ ସହର, ଭବାନୀପାଟଣା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଆଜି ବି ରାଜ୍ୟର ପ୍ରବଳ ଖରା ଓ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ। ଅନେକ ସ୍ଥାନରେ ସକାଳୁ ସକାଳୁ ହିଁ ତାତି ଅନୁଭୂତ ହେଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା [...]
