ओडिया समाचारନୂଆ ଫୌଜଦାରୀ ଆଇନର ନାମ ହିନ୍ଦୀ, ସଂସ୍କୃତରେ ରଖିବା ବିରୋଧରେ ଜନସ୍ବାର୍ଥ ମାମଲା
କୋଚି: ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ବିଲ୍ ଗୁଡ଼ିକର ନାମକରଣ କରିବାର ଅଧିକାର ସଂସଦର ନାହିଁ ବୋଲି ଦାବି କରି କେରଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଜଣେ ଓକିଲଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଛି। ତିନି ନୂଆ ଫୌଜଦାରୀ ଆଇନ – ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ୨୦୨୩ର ନାମ ଇଂରାଜୀରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ [...]
ମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ

ओडिया समाचारମ୍ୟୁନିକରୁ ବାଙ୍ଗାଲୋର ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କଲେ ପ୍ରଜ୍ବଳ ରେଭନ୍ନା, ପହଞ୍ଚିବା କ୍ଷଣି ହେବେ ଗିରଫ
ବେଙ୍ଗାଲୁରୁ: ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ବଳ ରେଭନ୍ନା ମେ ୩୦ରେ ଜର୍ମାନୀର ମ୍ୟୁନିକରୁ ବେଙ୍ଗାଲୁରୁ ଫେରିବା ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛନ୍ତି। ସରକାରୀ ସୂତ୍ରରୁ ଏହି ସୂଚନା ଜଣାପଡ଼ିଛି। ରେଭନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ସୂତ୍ର ମୁତାବକ, ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ୩୩ ବର୍ଷୀୟ ନାତି ପ୍ରଜ୍ବଳ ରେଭନ୍ନା ମେ ୩୧ରେ ବେଙ୍ଗାଲୁରୁରେ [...]
ओडिया समाचारଯଶୀପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ, ଦେଲେ ମୁଖ୍ୟମନ୍ତ୍ରୀ କରିଥିବା ବିକାଶର ହିସାବ
ଯଶୀପୁର – ଯଶୀପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ବହୁତ ନେତା ଅଛନ୍ତି ଯେଉଁମାନଙ୍କୁ ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ମନେପଡ଼େ । ସେମାନେ ଆସିବେ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ସବୁବେଳେ ଲୋକଙ୍କ ପାଖକୁ ଆସୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।ବିଜୁ ଜନତା ଦଳ ଓ ନବୀନ ବାବୁଙ୍କ ଛଡ଼ା ଆଉ କେହି [...]
ଗ୍ରୀଷ୍ମତାପ ଜନିତ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଏସଆରସିଙ୍କ ନିର୍ଦ୍ଦେଶ

ओडिया समाचारଗ୍ରୀଷ୍ମତାପ ଜନିତ ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଏସଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର – କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗ୍ରୀଷ୍ମ ତାପର ମୁକାବିଲା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସବୁ ଜିଲ୍ଲାପାଳ ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଣ୍ଡ ଖରାରେ ଅଂଶୁଘାତ ଭଳି ସମସ୍ୟାର ମୁକାବିଲା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ପ୍ରସାର ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମତାପ ଜନିତ ସମସ୍ୟାର [...]
ओडिया समाचारବ୍ରିଜ ଭୂଷଣଙ୍କ ପୁଅଙ୍କ କନଭୟରେ ଯାଉଥିବା ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଗୋଣ୍ଡା: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ପୁଅ କରଣ ଭୂଷଣଙ୍କ କନଭୟରେ ଯାଉଥିବା ଏକ ଏସୟୁଭି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର ଗୋଣ୍ଡାରେ ଏହି ଘଟଣା ଘଟିଛି। ପୋଲିସ ସୂଚନା ମୁତାବକ ଆଜି (ମଇ ୨୯) ସକାଳ ପ୍ରାୟ ୯ଟାରେ ହୁଜୁରପୁର ରୋଡ୍ର କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏସୟୁଭି ଧକ୍କାରେ ରେହାନ ଏବଂ ଶହଜାଦା ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ [...]
ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ : ରଥଖଳାରେ ଚକାଡେରା ନୀତି ସମ୍ପନ୍ନ
ପୁରୀ – ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ । ଏହି ତିଥିରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଆଜି ପବିତ୍ର ଭଉଁରୀ ତିଥିରେ ପ୍ରଥମେ ଶ୍ରୀଜିଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହୋଇଥିଲା । ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଥିଲା । ପବିତ୍ର ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ [...]
ओडिया समाचारବାହାର ନେତାମାନେ ମୋତେ ଅଭଦ୍ର ବ୍ୟବହାର କରୁଛନ୍ତି, ଓଡ଼ିଶା ଲୋକେ ଜବାବ ଦେବେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିରୋଧୀ ନେତାମାନେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଛନ୍ତି । ବ୍ୟକ୍ତିଗତ ଭାବେ କଟୁ କଥା କହୁଛନ୍ତି । କିନ୍ତୁ ସେ କାହାକୁ ଅସମ୍ମାନ କରନ୍ତି ନାହିଁ ବୋଲି ଭିଡିଓ ଜାରି କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ସାଢେ ୪ କୋଟି ଓଡିଶାବାସୀଙ୍କୁ ସେ ପରିବାର ଭାବି ସେବା କରିଆସୁଛନ୍ତି । ସୁଖଦୁଃଖରେ ସେ ସବୁବେଳେ ସେମାନଙ୍କ ସହ ଅଛନ୍ତି । କୋଭିଡ ମୁକାବିଲା ହେଉ କି ବନା, [...]
ओडिया समाचारରାଜଦ୍ରୋହ ମାମଲାରେ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ
ନୂଆଦିଲ୍ଲୀ: ୨୦୨୦ ମସିହାର ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ରାଜଦ୍ରୋହ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶର୍ଜିଲ ଇମାମଙ୍କୁ ଜାମିନ ଦେଇଛନ୍ତି। ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ ଶର୍ଜିଲଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ଗିରଫର ପ୍ରାୟ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ ମିଳିଛି। ଏହି ମାମଲାରେ ସେ ବୈଧାନିକ ଜାମିନ ଆବେଦନ କରିଥିଲେ । ଶର୍ଜିଲ ଯୁକ୍ତି କରିଥିଲେ ଯେ ୭ ବର୍ଷର ସର୍ବାଧିକ ଜେଲଦଣ୍ଡରୁ ସେ ୪ ବର୍ଷ କାଟି [...]
ओडिया समाचारକେଜ୍ରିୱାଲଙ୍କୁ ଝଟକା, ଜାମିନ ମିଆଦ ବୃଦ୍ଧି ଆବେଦନ ଗ୍ରହଣ କଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ୭ ଦିନ ବଢ଼ାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ମନା କରି ଦେଇଛି। ରେଜିଷ୍ଟ୍ରି କହିଛି ଯେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ତେଣୁ ତାଙ୍କର ଏହି ଆବେଦନ ଗ୍ରହଣଯୋଗ୍ୟ ନୁହେଁ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ମେ ୨୬ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ସେ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ [...]
ओडिया समाचारନିଜ ପରିବାରର ୮ ଜଣଙ୍କୁ ହାଣି ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା
ଛିନ୍ଦୱାଡା (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଜଣେ ଯୁବକ କୁରାଢ଼ିରେ ନିଜ ପରିବାରର ୮ ଜଣଙ୍କୁ ହାଣି ହତ୍ୟା କରିଛି । ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଆତ୍ମହତ୍ୟା କରିଛି। ପୋଲିସ ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ବୋଦଲ କଛାର ଗ୍ରାମରେ ଘଟିଛି ଏହି ଘଟଣା । ଏହି ଗଣହତ୍ୟାର କାରଣ ଜଣାପଡି ନାହିଁ। ତେବେ ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇ ଏଭଳି ନାରକୀୟ [...]
