ओडिया समाचारନିର୍ବାଚନୀ ହିଂସା ରୋକିବାକୁ ତତ୍ପର ଗଞ୍ଜାମ ପୋଲିସ: ରାତ୍ର କଟକଣା ଲାଗୁ
ଛତ୍ରପୁର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ନିର୍ବାଚନ ଫଳ ଘୋଷଣା ଦିନ ପାଖେଇ ଆସିଛି। ଏଭଳି ସ୍ଥିତିରେ ଗଞ୍ଜାମ ପୋଲିସ ଜିଲ୍ଲା ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳରେ ସମ୍ଭାବ୍ୟ ନିର୍ବାଚନୀ ହିଂସା ରୋକିବାକୁ ତତ୍ପର ହୋଇ ଉଠିଛି ପୋଲିସ। ଅପରାଧୀ ତତ୍ତ୍ବଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା। ସେହିପରି ବିଭିନ୍ନ ଥାନା ଇଲାକାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଖଲ୍ଲିକୋଟ ଭଳି ଯେଉଁ [...]
ରାଜକୋଟ ସହରର ଗେମ୍ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୨୪ ମୃତ

ओडिया समाचारରାଜକୋଟ ସହରର ଗେମ୍ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୨୪ ମୃତ
ରାଜକୋଟ: ଗୁଜରାଟର ରାଜକୋଟ ସହରର କାଲାଭାଡ ରୋଡରେ ଥିବା ଟିଆରପି ଗେମ୍ ଜୋନରେ ଶନିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୨ ଜଣ ପିଲାଙ୍କ ସହ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କହିଛି ପ୍ରଶାସନ । ଶବ ଗୁଡ଼ିକ ପୂରା ପୋଡ଼ି ଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇଛି। ମୃତକଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯିବ | ନିଆଁ [...]
ओडिया समाचारଯାଜପୁର ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର: ଫମ୍ପା ପ୍ରତିଶ୍ରୁତି ପାଇଁ ବିଜେପିକୁ ଟାର୍ଗେଟ, କହିଲେ ବିରୋଧୀ କେବଳ ଭୋଟ୍ ରାଜନୀତିରେ ବ୍ୟସ୍ତ
ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଲୋକସଭା କ୍ଷେତ୍ରର ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାର୍ଜିନରେ ଜିତାଇବାକୁ ସେ ଅନୁରୋଧ କରିଥିଲେ । ଆରମ୍ଭରୁ ବିଜେପି ଉପରେ ତୀବ୍ର ଆକ୍ରମଣ କରି ସେ କହିଲେ ଯେ, [...]
ओडिया समाचारରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍
ଭୁବନେଶ୍ୱର – ଇଭିଏମ ଅଚଳ ଓ କିଛି ସ୍ଥାନରେ ପ୍ରାର୍ଥୀଙ୍କ ବିଶୃଙ୍ଖଳିତ ଆଚରଣର ଅଭିଯୋଗ ସହ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଇଭିଏମରେ ସିଲ୍ ହୋଇଯାଇଛି ୪୪୭ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା [...]
ओडिया समाचारପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶନିବାର ପ୍ରଥମ ପାଞ୍ଚଟି ପର୍ଯ୍ୟାୟର ଆସନଓ୍ବାରି ପଡ଼ିଥିବା ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟ ଜାରି କରିଛନ୍ତି । ଏଥିସହ କମିଶନ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ମିଛ ଧାରଣା ସୃଷ୍ଟି କରାଯାଉଛି। ପଡ଼ିଥିବା ଭୋଟ୍ ସଂଖ୍ୟାରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କମିଶନ କହିଛନ୍ତି। ୱେବସାଇଟରେ ବୁଥ୍ଓ୍ବାରି ମତଦାନ ତଥ୍ୟ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏକ ବେସରକାରୀ ସଂଗଠନ (ଏନଜିଓ) [...]
ବରୀରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : କହିଲେ, ଭୋଟ୍ ଆସିଲେ ବଡ଼ ବଡ଼ କଥା କୁହନ୍ତି ବିଜେପି ନେତା, ପରେ ଦେଖା ମିଳେନି

ओडिया समाचारବରୀରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର : କହିଲେ, ଭୋଟ୍ ଆସିଲେ ବଡ଼ ବଡ଼ କଥା କୁହନ୍ତି ବିଜେପି ନେତା, ପରେ ଦେଖା ମିଳେନି
ଭୁବନେଶ୍ୱର – ଯାଜପୁର ଜିଲ୍ଲା ବରୀରେ ନିର୍ବାଚନ ପ୍ରଚାର କରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଦଳ ନେତା ବିକାଶ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି। ଏକ ଜନସଭାରେ ପାଣ୍ଡିଆନ କହିଲେ ଯେ, ନବୀନ ସରକାର ହେଉଛି ଲୋକଙ୍କ ସରକାର, ମା’ମାନଙ୍କ ସରକାର, ଚାଷୀ ଓ ଯୁବପିଢ଼ିର ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢ଼ିଙ୍କ ମାଧ୍ୟମରେ ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ବିରୋଧୀ [...]
ବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପୋଲିଂ କର୍ମଚାରୀଙ୍କୁ ମାରଧର

ओडिया समाचारବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପୋଲିଂ କର୍ମଚାରୀଙ୍କୁ ମାରଧର
ଭୁବନେଶ୍ୱର – ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ବିବାଦୀୟ ନେତା ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ବୁଥରେ ଇଭିଏମ ଭାଙ୍ଗିବା ଅଭିଯୋଗ ହୋଇଛି।ପରେ ପ୍ରଶାନ୍ତ ଜଗଦ୍ଦେବ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ କାରରେ ପଳାଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଧରି ଅଟକ ରଖିଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ ପରିଚିତ ପ୍ରଶାନ୍ତ ଜଗଦ୍ଦେବ ଆଜି ବୋଲଗଡ଼ ବ୍ଲକର ବଡ଼ କୁମାରୀ ପଞ୍ଚାୟତର ଏକ ପୋଲିଂ ବୁଥରେ ପଶି ଇଭିଏମ ନଷ୍ଟ କରିବା [...]
ହାର୍ଦ୍ଦିକଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା, ଇନଷ୍ଟାଗ୍ରାମରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇଲେ ପତ୍ନୀ ନତାଶା

ओडिया समाचारହାର୍ଦ୍ଦିକଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା, ଇନଷ୍ଟାଗ୍ରାମରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇଲେ ପତ୍ନୀ ନତାଶା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏବେ ବେଳା ଖରାପ ଚାଲିଛି। ତାଙ୍କ କ୍ଯାପଟେନ୍ସିରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଠିକ୍ ଠାକ୍ ନଥିବା ଜଣାପଡ଼ିଛି। ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ନତାଶା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରୁ ‘ପାଣ୍ଡ୍ୟା’ ସାଙ୍ଗିଆ ହଟାଇ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍ [...]
ओडिया समाचारସୁକିନ୍ଦା ଓ ଯାଜପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର – ସୁକିନ୍ଦା ଓ ଯାଜପୁରରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ବିରୋଧୀ ଦଳକୁ ପୁଣି ଆକ୍ରମଣ କରିଛନ୍ତି ପାଣ୍ଡିଆନ । ନିର୍ବାଚନ ସମୟରେ ବିରୋଧିମାନେ ଆସି ମିଠା ମିଠା କଥା କହିବେ । ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ଏଥିପାଇଁ ଲୋକେ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ ପାଣ୍ଡିଆନ ଲୋକଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ [...]
ଇତିହାସ ରଚିଲେ ଅନସୂୟା, ପ୍ରଥମ ଭାରତୀୟ ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ओडिया समाचारଇତିହାସ ରଚିଲେ ଅନସୂୟା, ପ୍ରଥମ ଭାରତୀୟ ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜିତିଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
ନୂଆଦିଲ୍ଲୀ: ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଅନସୂୟାଙ୍କୁ ଏହି ପୁରସ୍କାର ଅନ୍ ସର୍ଟେନ ରିଗାର୍ଡ ସେଗମେଣ୍ଟରେ ଚଳଚ୍ଚିତ୍ର ‘ଦି ସେମଲେସ୍’ ପାଇଁ ମିଳିଛି । ଏଥିସହ ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାରେ ଅନସୂୟା ପ୍ରଥମ ଭାରତୀୟ ହୋଇଛନ୍ତି । କୋଲକାତା ବାସିନ୍ଦା ଅନସୂୟା ଏହି ପୁରସ୍କାରକୁ ବିଶ୍ୱର ସମଲିଙ୍ଗୀ ସମୁଦାୟ ତଥା ଅନ୍ୟ ସମସ୍ତ ଅବହେଳିତ ବର୍ଗକୁ ଉତ୍ସର୍ଗ [...]
