ମେ’ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ओडिया समाचारମେ’ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର – ଆସନ୍ତା ମେ’ ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି। ମେ’ ୨୬ ତାରିଖ ଅପରାହ୍ନରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । www.orissaresults.nic.inରେ ଉପଲବ୍ଧ ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏ ବର୍ଷ ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା [...]
ओडिया समाचारପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଜନକଲ୍ୟାଣକାରୀ ଯୋଜନା ଉପରେ ଜୋର୍, ବିରୋଧୀଙ୍କୁ ଆକ୍ଷେପ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଲୋକସଭା କ୍ଷେତ୍ରର ନୟାଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ବିରୋଧୀ ନେତା ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍.କେ.ୱାଇ, ମିଶନଶଶକ୍ତି, ମମତା, ଲକ୍ଷ୍ମୀବସ୍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍ସନ୍, ଚାଉଳ [...]
ओडिया समाचारଭଞ୍ଜନଗର: ବେତାର ଗାଁ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ୯ ଗିରଫ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତାର ଗ୍ରାମରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୯ ଜଣଙ୍କୁ ଆଜି ଗିରଫ କରିଛି। ରାଜ୍ୟ ତଥା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗତ ରବିବାର ରାତିରେ ଏହି ହିଂସାକାଣ୍ଡ ଘଟିଥିଲା। ଚିରିକୁଟି ବାଣ୍ଟିବାକୁ ନେଇ ଭଞ୍ଜନଗର ବ୍ଲକର ଏହି ଗାଁରେ ଦୁଇ ରାଜନୈତିକ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଡିହପଢାଳ ସରପଞ୍ଚଙ୍କ ସ୍ବାମୀ ସୁବାସ ବରାଡ ଓ ତାଙ୍କ ଭାଇ ଶିବାନନ୍ଦ [...]
ओडिया समाचारଦିଲ୍ଲୀ ମେଟ୍ରୋରେ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଯୁବକ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମେ ୧୯ରେ ପଟେଲ ନଗର ଓ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ୍ କୋଚରେ କେଜ୍ରିୱାଲଙ୍କ ବିରୋଧରେ ଇଂରାଜୀରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋୟଲ (୩୨) ଏବଂ ସେ ବରେଲିର ବାସିନ୍ଦା। ସେ ଗ୍ରେଟର ନୋଏଡା ସ୍ଥିତ ନୂଆ ଘର ପଞ୍ଜିକରଣ କରିବାକୁ ଆସିଥିଲେ। [...]
ओडिया समाचारଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା : ବିକାଶ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ଲକ୍ଷ୍ମୀ ବସ୍ ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ । ଏକ ସ୍ୱରରେ ଜନତା ଏହାର ଉତ୍ତର ‘ହଁ’ରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ [...]
ଆଜି ରାଜସ୍ଥାନ ରୟାଲ୍ସ – ଆରସିବି ଏଲିମିନେଟର

ओडिया समाचारଆଜି ରାଜସ୍ଥାନ ରୟାଲ୍ସ – ଆରସିବି ଏଲିମିନେଟର
ଅହମ୍ମଦାବାଦ: ଆଇପିଏଲ୍ ପ୍ଲେ ଅଫ ପର୍ଯ୍ୟାୟରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ପରାଜିତ ଦଳ ବିଦା ହେବାକୁ ଥିବା ବେଳେ ବିଜୟୀ ଦଳ ପ୍ରଥମ କ୍ବାଲିଫାୟରରେ ହାରିଥିବା ସନରାଇଜର୍ସ ହାଇଦ୍ରାବାଦକୁ କ୍ବାଲିଫାୟର-୨ରେ ଭେଟିବ। ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ଏକଦା ଟପ୍-୨ ସ୍ଥାନରେ ରହିବ ବୋଲି ମନେ ହେଉଥିଲା। ହେଲେ ଲଗାତାର ଚାରିଟି ପରାଜୟ ଏବଂ କେକେଆର ବିପକ୍ଷ ଶେଷ ଲିଗ୍ [...]
ओडिया समाचारପୁଣେ କାର୍ ଦୁର୍ଘଟଣା: ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଦୁଇ ରେଷ୍ଟୁରାଣ୍ଟ ସିଲ୍
ପୁଣେ: ପୁଣେ କାର୍ ଦୁର୍ଘଟଣା ମାମଲାର ନାବାଳକ ଅଭିଯୁକ୍ତକୁ ମଦ ଯୋଗାଇଥିବା ଅଭିଯୋଗରେ ମହାରାଷ୍ଟ୍ର ଅବକାରୀ ବିଭାଗ ସହରର ଦୁଇଟି ରେଷ୍ଟୁରାଣ୍ଟକୁ ସିଲ୍ କରିଛି । କାର ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ତା’ର ସାଙ୍ଗେ ମାନଙ୍କ ସହ ଏହି ଦୁଇ ବାରରେ ମଦ ପିଇଥିଲା । ଜଣେ ୧୭ ବର୍ଷୀୟ ଯୁବକ ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ନିଜ ଲଗଜରୀ ପୋର୍ସ କାର୍ ଡ଼୍ରାଇଭିଂ କରି ଫେରୁଥିବା ବେଳେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଦୁଇ ବାଇକ୍ [...]
ओडिया समाचारବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ବେଳକୁ ଅବପାତ
ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଡିପ୍ରେସନ୍ ବା ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ [...]
ओडिया समाचारଏଫ୍ଏସ୍ଏସ୍ଏଆଇ ଯାଞ୍ଚରେ ‘ଏମଡିଏଚ୍’, ‘ଏଭରେଷ୍ଟ’ ମସଲାରେ ମିଳିଲାନି ଇଥିଲିନ ଅକ୍ସାଇଡ୍
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (ଏଫ୍ଏସ୍ଏସ୍ଏଆଇ) ଦ୍ବାରା ଯାଞ୍ଚରେ ଦୁଇଟି ଅଗ୍ରଣୀ ମସଲା ବ୍ରାଣ୍ଡ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ର ନମୁନାରେ ଇଥିଲିନ ଅକ୍ସାଇଡର ଅଂଶ ମିଳିନାହିଁ। ଦେଶର ୨୮ଟି ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରରେ ଏହି ଦୁଇଟି ମସଲା ବ୍ରାଣ୍ଡର ନମୁନା ଯାଞ୍ଚ୍ କରାଯାଇଥିଲା। ଅନ୍ୟ ୬ଟି ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ବିଚାରାଧୀନ ଥିବା କୁହାଯାଇଛି । ଗତ ମାସରେ ହଂକଂ ଏବଂ ସିଙ୍ଗାପୁରରେ ‘ଏମଡିଏଚ୍’ ଓ ‘ଏଭରେଷ୍ଟ’ ମସଲା ଗୁଣ୍ଡର ବିକ୍ରି ଓ ବ୍ୟବହାର ଉପରେ ବ୍ୟାନ [...]
ओडिया समाचारଆଜି ଚାରିଟି ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ
ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡିର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ହାବେଳି ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଆଶୀର୍ବାଦ ଲୋଡିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ପହଂଚି ପ୍ରଚାର କରିବେ। [...]
