ଆଇସିଏମ୍‌ଆର ମୁଖ୍ୟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ – ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କୋଭିଡ୍‌-୧୯ ପଜିଟିଭ୍ ହୋଇଛନ୍ତି । ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଆଇସିଏମଆରର ଜଣେ ଅଧିକାରୀ କହିଛନ୍ତି । ନିଜେ ଜଣେ କାର୍ଡିଓଲୋଜିଷ୍ଟ୍ ଭାର୍ଗବ ୭-୮ ଦିନ ତଳେ କୋରୋନାରେ ସଂକ୍ରମିତ ହେବା ପରେ ଘରେ ପୃଥକବାସରେ ରହିଥିଲେ । ଡିସେମ୍ବର ୧୫ରେ ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ଓ ସେ ଠିକ୍ ଅଛନ୍ତି । ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

Comments are closed.