ଅଶ୍ୱିନଙ୍କ ଯାଦୁକରୀ ପ୍ରଦର୍ଶନ, ଭାରତ ନିୟନ୍ତ୍ରଣରେ ଆଡିଲେଡ୍ ଟେଷ୍ଟ

ଆଡିଲେଡ୍ – ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଦିବାରାତ୍ର ଟେଷ୍ଟରେ ଭାରତ ନିଜ ସ୍ଥିତି ସୁଦୃୃୃଢ କରିନେଇଛି । ଅଶ୍ୱିନ ୪ଟି ୱିକେଟ୍ ନେଇଥିବା ବେଳେ ଭାରତର ପ୍ରଥମ ଇନିଂସ୍ ସ୍କୋର ୨୪୪ ରନ୍ ଜବାବରେ ଅଷ୍ଟ୍ରେଲିଆ ୧୯୧ରେ ଅଲ୍‌ଆଉଟ୍ ହୋଇଯାଇଛି । ଭାରତ ପ୍ରଥମ ଇନିଂସରେ ୫୩ ରନ୍ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୯ ରନ୍ କରିଛି । ପ୍ରଥମ ଇନିଂସରେ ଖାତା ଖୋଲିପାରିନଥିବା ପୃଥ୍ୱୀ ଶ’ ପୁଣି ନିରାଶ କରିଛନ୍ତି । ସେ ଦ୍ୱିତୀୟ ଇନିଂସରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ମୟଙ୍କ ଅଗ୍ରୱାଲ ୫ ରନ୍ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ନାଇଟ୍ ୱାଚମ୍ୟାନ୍ ଯଶପ୍ରୀତ ବୁମରା କ୍ରିଜରେ ଅଛନ୍ତି । ହାତରେ ୯ ୱିକେଟ୍ ବାକିଥାଇ ଭାରତ ମୋଟ ୬୨ ରନରେ ଆଗୁଆ ରହିଛି । ପୂର୍ବରୁ ଭାରତ ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୩୩/୬ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୧୧ ରନ ଯୋଗ କରିବା ପରେ ଅଲଆଉଟ୍ ହୋଇଯାଇଥିଲା ।

Comments are closed.