କୋରୋନା ସଂକ୍ରମଣରେ ବ୍ରେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ରାଜଧାନୀରେ ବଜାର କମିଟି ନିୟୋଜିତ କରିବେ ବ୍ୟକ୍ତିଗତ ସୁରକ୍ଷା କର୍ମୀ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ କୋରୋନା ସଂକ୍ରମଣ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଭୁବନେଶ୍ୱରର ସମସ୍ତ ବ୍ୟବସାୟୀ ସଂଘ ସହ କମିଶନରେଟ ପୋଲିସର ଆଲୋଚନା ପରେ ନିଷ୍ପତି ହୋଇଛି ଯେ, ଏଣିକ ବଜାର କମିଟିମାନେ ନିଜର ସୁରକ୍ଷା ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିୟୋଜିତ କରିପାରିବେ ।

କମିଟିଗୁଡିକ ମାଇକ ଲଗାଇ ଲୋକଙ୍କୁ ସଚେତନ କରାଇପାରିବେ । ଯଦି ଭିଡ ଜମେ, ତାହା ହେଲେ ୧୦୦ ନମ୍ବରକୁ ଫୋନ୍ କରି ଦୋକାନୀମାନେ ଅଭିଯୋଗ କରିପାରିବେ । ରାଜଧାନୀର ଦୋକାନବଜାରରେ ଭିଡ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନେବାକୁ ଆଜିର ଆଲୋଚନାରେ ନିଷ୍ପତି ହୋଇଥିଲା । ଏହା ଦ୍ୱାରା ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ କରିହେବ ବୋଲି ଆଶା ପ୍ରକାଶ ପାଇଛି ।

Comments are closed.