ମହିଳା ବିରୋଧୀ ଅପରାଧ ରୋକିବା ପାଇଁ ଯୋଗୀ ସରକାରଙ୍କ ଅଭିନବ ପଦକ୍ଷେପ, ସର୍ବସାଧାରଣରେ ଅପରାଧୀଙ୍କୁ ଲଜ୍ଜିତ କରାଯିବ, ଫଟୋ ଥାଇ ଲାଗିବ ପୋଷ୍ଟର

ଲକ୍ଷ୍‌ନୌ- ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ପାଇଁ ୟୁପି ସରକାରଙ୍କ ଅଭିନବ ପଦକ୍ଷେପ । ଏଣିକି ରାଜ୍ୟରେ ଅପରାଧୀମାନଙ୍କୁ ସର୍ବସାଧାରଣରେ ଲଜ୍ଜିତ କରାଯିବ । ଏଥିପାଇଁ ଅପରେସନ ଦୂରାଚାରୀ ଆରମ୍ଭ କରଯିବ । ମହିଳା ବିରୋଧୀ ଅପରାଧୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲାଗିବ । ଏ ଧରଣର ଅପରାଧୀଙ୍କ ଫଟୋ ଥିବା ପୋଷ୍ଟର ସବୁ ଛକରେ ଲାଗିବ ।

ପୂର୍ବରୁ ଯୋଗୀ ସରକାର ଗତବର୍ଷ ଡିସେମ୍ବର ୧୯ ତାରିଖରେ ରାଜ୍ୟ ରାଜଧାନୀରେ ସଂଘଟିତ ସିଏଏ ବିରୋଧୀ ହିଂସାକାଣ୍ଡ ଓ ପୋଡାଜଳାରେ ସଂପୃକ୍ତ ଲୋକଙ୍କ ନାମ, ଠିକଣା ଥାଇ ପୋଷ୍ଟର ସେମାନଙ୍କ ଅଂଚଳରେ ଲଗାଇଥିଲେ । ସେମାନେ ଠିକ୍ ସମୟରେ ଜୋରିମାନା ନ ଦେଲେ ସଂପତି ବ୍ୟାଜାପ୍ତ କରାଯିବ ବୋଲି ନୋଟିସ ବି ଦିଆଯାଇଥିଲା । କିନ୍ତୁ ଏହି ପଦକ୍ଷେପକୁ ଅଦାଲତରେ ଚ୍ୟାଲେଂଜ କରାଯାଇଥିଲା ।

Comments are closed.