୨୦୨୦ ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ପାଇଁ ଆବେଦନ, କେନ୍ଦ୍ର ଓ ୟୁପିଏସସିଠାରୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କୋରୋନା ମହାମାରୀ ଓ ବନ୍ୟା ଯୋଗୁଁ ଏ ବର୍ଷର ପ୍ରାଶାସନିକ ସେବା ପରୀକ୍ଷା ସ୍ଥଗିତ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ୟୁପିଏସସିଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ୟୁପିଏସସି ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ । ୨୦ ଆଶାୟୀ ପରୀକ୍ଷାର୍ଥୀ ମିଳିତ ଭାବେ ପରୀକ୍ଷା ସ୍ଥଗିତ ପାଇଁ ଆବେଦନ କରିଥିଲେ । ପରୀକ୍ଷା ଦୁଇ ତିନି ମାସ ପାଇଁ ସ୍ଥଗିତ ରଖିବାକୁ ସେମାନେ ଦାବି କରିଛନ୍ତି ।

୭ ଘଂଟା ଧରି ହେବାକୁ ଥିବା ଅଫଲାଇନ ପରୀକ୍ଷା ଦେଶର ୭୨ଟି ସହରର ପରୀକ୍ଷା କେନ୍ଦ୍ରରେ ହେବ । ୬ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ମହାମାରୀ ଓ ବନ୍ୟା ପରିସ୍ଥିତି ଯୋଗୁଁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀମାନଙ୍କ ଜୀବନ ବିପଦରେ ପଡିବା ଆଶଙ୍କା ରହିଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି ।

Comments are closed.