ପାରାଦୀପରେ ଆଇଏନଏସ ଜଲସ୍ୱାରେ ସମୁଦ୍ର ବୁଲିବେ ବିଧାନସଭାର ୧୩୧ ବିଧାୟକ

ଜଗତସିଂହପୁର – ଆଜି ପାରାଦୀପ ଯିବେ ବିଧାନସଭାର ୧୩୧ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ‘ଆଇଏନଏସ ଜଲସ୍ୱା’ରେ ସମୁଦ୍ର ଦର୍ଶନ କରାଯିବ । ଏଥିପାଇଁ ନୌସେନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ନୌସେନା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଚଳିତବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି । ସମୁଦ୍ର ବୁଲିବା କାର୍ଯ୍ୟକ୍ରମ ପରେ ପାରାଦୀପ ବନ୍ଦରର ଗେଟ୍‌-୫ରେ ବାଚସ୍ପତି ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏତେସଂଖ୍ୟାରେ ବିଧାୟକ ପାରାଦୀପ ଆସିବା ହେବ ପ୍ରଥମ ଘଟଣା ।

Comments are closed.