ଦିନକରେ ଆସିଲା ୨.୮୨ ଲକ୍ଷ ନୂଆ ମାମଲା, ୪୪୧ ମୃତ, ପଜିଟିଭିଟି ହାର ୧୪.୪୩%ରୁ ୧୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣରେ ୧୮% ବୃଦ୍ଧି ଘଟିଛି। ଏହା ସହିତ ଓମିକ୍ରନ୍ ମାମଲା ମଧ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଦୁଇ ଲକ୍ଷ ୮୨ ହଜାର ୯୭୦ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୪୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ୮୯୬୧ ମାମଲା ରିପୋର୍ଟ କରାଯାଇଛି | ଦେଶରେ ଦେନିକ ପଜିଟିଭିଟି ହାର ୧୪.୪୩%ରୁ ୧୫.୧୩%କୁ ବୃଦ୍ଧି ପାଇଛି | ଗତକାଲି ଅପେକ୍ଷା ଦେଶରେ ଆଜି ୪୪,୯୫୨ ମାମଲା ଅଧିକ ଆସିଛି। ଗତକାଲି କରୋନାର ୨,୩୮,୦୧୮ ମାମଲା ରିପୋର୍ଟ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୮ ଲକ୍ଷ ୩୦ ହଜାରକୁ ବୃଦ୍ଧି ପାଇଛି। ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୭ ହଜାର ୨୦୨ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ଏକ ଲକ୍ଷ ୮୮ ହଜାର ୧୫୭ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୫୮ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୬ ଲକ୍ଷ ୩୫ ହଜାର ୨୨୯ ଡୋଜ ଦିଆଯାଇଥିଲା । ଏଥିସହ ଦେଶରେ ଟିକାକରଣ ସଂଖ୍ୟା ଏପର୍ଯ୍ୟନ୍ତ ମୋଟ ୧୫୮ କୋଟି ୮୮ ଲକ୍ଷ ୪୭ ହଜାର ୫୫୪ରେ ପହଞ୍ଚିଛି ।

Comments are closed.