କରୋନା ଅପଡେଟ୍: ଦେଶରେ ଆଉ ୮,୩୧୮ ନୂଆ ମାମଲା ଚିହ୍ନଟ, ୪୬୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮,୩୧୮ ମାମଲା ରିପୋର୍ଟ ହୋଇଛି। ଦିନକରେ ୧୦,୯୬୭ ଲୋକ ମଧ୍ୟ ସୁସ୍ଥ ହୋଇଥିବା ବେଳେ ୪୬୫ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ଏଯାବତ୍ କରୋନାରୁ ମୋଟ ୩,୩୯,୮୮,୭୯୭ ଲୋକ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲାଗୁଡ଼ିକର ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ବର୍ତ୍ତମାନ ଦେଶରେ ୧,୦୭,୦୧୯ ସକ୍ରିୟ ମାମଲା ରହିଛି, ଯାହା ଗତ ୫୪୧ ଦିନ ମଧ୍ୟରେ ସର୍ବନିମ୍ନ ।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ଦେଶରେ ସମୁଦାୟ ୪ ଲକ୍ଷ ୬୭ ହଜାର ୯୩୩ ଲୋକ ପ୍ରାଣ ହରାଇଛନ୍ତି | ବର୍ତ୍ତମାନ ସୁଦ୍ଧା ଦେଶରେ ୧୨୧.୦୬ କୋଟି ଲୋକଙ୍କୁ ଟିକା ଦିଆଯାଇଛି।

ଦେଶରେ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି । ସୁସ୍ଥତା ହାର ୯୮.୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୨୦ ଠାରୁ ଏହା ସର୍ବାଧିକ । ଏଥି ସହିତ, ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ ମୋଟ ମାମଲାର ଏକ ପ୍ରତିଶତରୁ କମ୍ ରହିଛି। ସମ୍ପ୍ରତି ଦେଶରେ ମୋଟ ମାମଲାର ୦.୩୧ ପ୍ରତିଶତ ସକ୍ରିୟ ମାମଲା ରହିଛି।

Comments are closed.