ଭାରତରେ ତୃତୀୟ ଲହର ପ୍ରକୋପ, ଦିନକରେ ୯୦,୯୨୮ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୯୦,୯୨୮ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ ୮୫ ହଜାର ୪୦୧ କୁ ବୃଦ୍ଧି ପାଇଛି । ଦେଶରେ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୮୭୬ରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ ଗତକାଲି ୧୯ ହଜାର ୨୦୬ ଜଣ ଲୋକ ଆରୋଗ୍ୟ ଲାଭ କରିଥିଲେ । ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୩ ଲକ୍ଷ ୪୧୧ ହଜାର ୯ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏଯାବତ୍ ୧୪୮ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୯୧ ଲକ୍ଷ ୨୫ ହଜାର ୯୯ ଡୋଜ ଦିଆଯାଇଥିଲା ।

Comments are closed.